ନୂଆଦିଲ୍ଲୀ: ଅହମଦାବାଦ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍ ଇଣ୍ଡିଆ ବିମାନଟି ଉଡ଼ାଣ ପାଇଁ ଆବଶ୍ୟକ ବେଗ ହାସଲ କରିବାରେ ବାଧା ସୃଷ୍ଟି ହୋଇଥାଇପାରେ ଏବଂ ଉଭୟ ଇଂଜିନ୍ ଫେଲ୍ କରିବା ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଥିପାଇଁ ପାଇଁ ପକ୍ଷୀ ସହ ଧକ୍କା କିମ୍ବା ଇଂଜିନରେ ତ୍ରୁଟିକୁ ସେମାନେ ସମ୍ଭାବନା ଭାବେ ଦେଖୁଛନ୍ତି।
ଅହମଦାବାଦରୁ ଲଣ୍ଡନର ଗ୍ୟାଟୱିକ୍ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିଥିବା ଏୟାର୍ ଇଣ୍ଡିଆର ବିମାନ ୧୭୧ ଗୁରୁବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୋଇଂ ୭୮୭-୮ ଡ୍ରିମ୍ଲାଇନର୍ ବିମାନରେ ୨୩୦ ଜଣ ଯାତ୍ରୀ, ୧୦ ଜଣ କ୍ରୁ ମେମ୍ବର ଏବଂ ଦୁଇ ଜଣ ପାଇଲଟଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। ପୂର୍ବତନ ବରିଷ୍ଠ ପାଇଲଟ୍ କ୍ୟାପଟେନ୍ ସୌରଭ ଭଟ୍ଟନାଗର କହିଛନ୍ତି, ପ୍ରାଥମିକ ଦୃଷ୍ଟିରୁ ଏହା ଏକାଧିକ ପକ୍ଷୀ ସହ ଧକ୍କା ଭଳି ଲାଗୁଛି, ଯେଉଁଥିରେ ଉଭୟ ଇଞ୍ଜିନ ଶକ୍ତି ହରାଇଛି। ମୁଁ ବିଶ୍ୱାସ କରେ ଯେ ଉଡ଼ାଣ ଠିକ୍ ଥିଲା ଏବଂ ଗିଅର୍ ନେବା ପୂର୍ବରୁ ବିମାନଟି ଖସିବା ଆରମ୍ଭ କରିଥିଲା, ଯାହା କେବଳ ସେତେବେଳେ ହୋଇପାରେ ଯେତେବେଳେ ଇଞ୍ଜିନ ଶକ୍ତି ହରାଇଥାଏ ଏବଂ ବିମାନ ଉପରକୁ ଉଠିବା ବନ୍ଦ କରିଦିଏ। ବିମାନର ଉଠିବାର କ୍ଷମତା କାହିଁକି ନ ଥିଲା ତାହା ତଦନ୍ତରୁ ସ୍ପଷ୍ଟ ହେବ। ଯଦି ଉଡ଼ାଣ ସମୟରେ ଏକାଧିକ ପକ୍ଷୀ ମାଡ଼ ହୋଇଥିବ, ତେବେ ଏଭଳି ହୋଇପାରେ। ଇଂଜିନର ତ୍ରୁଟି ଯୋଗୁ ବି ହୋଇପାରେ। ତେବେ ଏହା ଏକ ନୂଆ ବିମାନ, ମାତ୍ର ୧୧ ବର୍ଷର ପୁରୁଣା। ବିମାନବନ୍ଦର ବାହାରେ ଥିବା ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ବେଳେ ସମ୍ଭବତଃ ଏହି ଅଞ୍ଚଳରେ ପକ୍ଷୀ ଥିବା ଅନୁମାନ କରାଯାଉଛି। ଏହା ସମ୍ଭବତଃ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।
ବିମାନର ଉଭୟ ଇଂଜିନ୍ ଫେଲ୍ !
ହମଦାବାଦ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍ ଇଣ୍ଡିଆ ବିମାନଟି ଉଡ଼ାଣ ପାଇଁ ଆବଶ୍ୟକ ବେଗ ହାସଲ କରିବାରେ ବାଧା ସୃଷ୍ଟି ହୋଇଥାଇପାରେ ଏବଂ ଉଭୟ ଇଂଜିନ୍ ଫେଲ୍ କରିବା ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।
/sambad/media/media_files/2025/06/13/RGMKyony58yxyI934IUV.jpg)