ନୂଆଦିଲ୍ଲୀ: ପେଗସସ୍ ସ୍ପାଇୱେର୍ ବିବାଦ ସମ୍ବନ୍ଧରେ ଆଲୋଚନା କରିବା ଲାଗି ବିରୋଧୀମାନେ ହଟ୍ଟଗୋଳ କରିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି।
ସଂସଦରେ ଅଚଳାବସ୍ଥା ଏବଂ ନିରନ୍ତର ବ୍ୟାଘାତ ଯୋଗୁଁ ୧୪ରୁ ଅଧିକ ବିରୋଧୀ ଦଳ ବାହାରେ ବିକଳ୍ପ ‘ମକ୍ ପାର୍ଲାମେଣ୍ଟ୍’ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଆସନ୍ତାକାଲି ସକାଳେ ଏକତ୍ର ହେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସଂସଦରେ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳମାନଙ୍କ ହଟ୍ଟଗୋଳ ଯୋଗୁଁ ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ପ୍ରାୟ ଚାଲି ପାରିନାହିଁ। ବ୍ୟାଘାତ ଯୋଗୁଁ ଟିକସଦାତାଙ୍କର ୧୩୩ କୋଟି ଟଙ୍କାରୁ ଅଧିକ ନଷ୍ଟ ହୋଇଥିବା କଥା ସରକାରୀ ସୂତ୍ରରୁ ପ୍ରକାଶ।
Image Courtesy of NDTVଏହାବ୍ୟତିରେକେ, ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ‘ଟ୍ରାଇବୁନାଲ୍ ରିଫର୍ମ ବିଲ୍, ୨୦୨୧’ ଆଗତ କରିଛନ୍ତି।
ସେହିଭଳି, ବିରୋଧୀମାନେ ତିନି କୃଷି ଆଇନକୁ ପ୍ରତ୍ୟାହାର କରିନେବା ଲାଗି ଦାବି କରି ସ୍ଲୋଗାନ୍ ଦେଇଥିଲେ। ସ୍ବଳ୍ପକାଳୀନ ବିରତି ପରେ ମଧ୍ୟାହ୍ନ ୧୨ପରେ ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ, ବିରୋଧୀମାନେ ପୁନର୍ବାର ପୂର୍ବ ଦାବି ଉପସ୍ଥାପନ କରି ପାଟିତୁଣ୍ଡ କରିଥିଲେ।
ଅଧିବେଶନ ପ୍ରାରମ୍ଭରେ ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ବ୍ରୋଞ୍ଜପଦକ ବିଜୟିନୀ ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଲୋକସଭା ପକ୍ଷରୁ ବାଚସ୍ପିତି ପିଭି ସିନ୍ଧୁଙ୍କୁ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/parliament.jpg)