ଶ୍ରମିକ ଟ୍ରେନ୍‌ରେ ପିଲା ଜନ୍ମ କଲେ ମହିଳା, ଉଭୟ ମାଆ ପିଲା ସୁସ୍ଥ

ନୂଆଦିଲ୍ଲୀ: ଚଳିତମାସ ଆରମ୍ଭରୁ କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚାଲିବାର ଘୋଷଣା କରିବା ପରେ ହଜାର ହଜାର ଶ୍ରମିକ ‌ଏବେ ନିଜ ଘରକୁ ଫେରୁଛନ୍ତି। ରେଳ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ରେଳ ମଧ୍ୟରେ ରେଳ ମଧ୍ୟରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ମହିଳାଙ୍କୁ ପ୍ରସବ ସମୟରେ ରେଳବାଇ କର୍ମଚାରୀମାନେ ସହାୟତାର ହାତ ବଢ଼ାଇଥିଲେ। ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି।

ମହିଳା ଜଣକ ଗୁଜୁରାଟର ସୁରତରୁ ବିହାରର ନୱଡାକୁ ଯାଉଥିଲେ। ମହିଳା ଜଣକଙ୍କର ଯାତ୍ରା ସମୟରେ ପ୍ରସବ ବେଦନା ଆରମ୍ଭ ହୋଇଗଲା। ସେଠାରେ ଥିବା ଯାତ୍ରୀମାନେ ଅଧିକାରୀଙ୍କ ନିକଟରୁ ଡାକ୍ତରୀ ସେବା ଜରୁରୀ ପଡ଼ିବା କଥା ସୂଚୀତ କରିଥିଲେ। ଫଳରେ ଟ୍ରେନ୍‌ଟିକୁ ଆଗ୍ରାରେ ବନ୍ଦ କରି ଦିଆଯାଇଥିଲା। ଡକ୍ଟର ପୁଲ୍‌କିତାଙ୍କୁ ତୁରନ୍ତ ଟ୍ରେନ୍‌ ଭିତରକୁ ଅଣାଯାଇ ପ୍ରସବ ବନ୍ଦୋବସ୍ତ କରାଯାଇଥିଲା। ପିଲାଟି ଜନ୍ମ ହେବା ପରେ ରେଳବାଇ ପକ୍ଷରୁ ପିଲାଟିର ଏକ ଫଟୋ ପୋଷ୍ଟ୍‌ କରାଯାଇ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା କଥା କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ମେ ୧ ତାରିଖରୁ ଅତି କମ୍‌ରେ ୨୦ ଜଣ ଶିଶୁ ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ଜନ୍ମଲାଭ କରି ସାରିଲେଣି। ସମସ୍ତ ପ୍ରସୂତୀମାନଙ୍କର ଆର୍‌ପିଏଫ୍‌ କିମ୍ବା ଡାକ୍ତରୀ କର୍ମଚାରୀମାନେ ପ୍ରସବ କରାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର