ହାଇଦ୍ରାବାଦ: ଆପଣଙ୍କ ଘରର ଠିକଣା କଣ ପଚାରିଲେ, ଆପଣ ଘରର ନମ୍ବର ସହ ଗ୍ରାମର ନାମ, ପୋଷ୍ଟ ଅଫିସ, ପୋଷ୍ଟ ପିନ, ଜିଲ୍ଲା ଉଲ୍ଲେଖ କରିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଠିକଣା ବାବଦରେ କହିବୁ ଯାହାକୁ ପଢିଲେ ଆପଣ ନ ହସି ରହିପାରିବେନି | ଏମିତି ଏକ ଠିକଣାକୁ ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ନିଜ ଟ୍ୱିଟରରେ ସେୟାର କରିଛନ୍ତି | ସେୟାର ହୋଇଥିବା ଏହି ଠିକଣାରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କ ନାମ ହେଉଛି ସଲିମ ଲାଲା |
Adreess, #Hyderabad style 😎 pic.twitter.com/2w1QQWlneg
— Arun Bothra (@arunbothra) January 15, 2021
ବ୍ୟକ୍ତି ଜଣକ ଏକ ସପିଙ୍ଗ ସାଇଟକୁ ଦେଇଥିବା ଠିକଣା ମୁତାବକ ଲେଖିଛନ୍ତି ଯେ 'ନାମ-ସଲିମ ଲାଲା, ଠିକଣା-୧୨-୨୪/ଜେଡ୧, ପଶା ଭାଇ ଦୋକାନକୁ ଆସି ପଚାରିବ, ସଲିମ ଲାଲା କେଉଁଠି ରହୁଛନ୍ତି, ସିଧା ଘର ପାଖରେ ଆଣି ଛାଡ଼ିଦେବେ, ଚାରମିନାର, ହାଇଦ୍ରାବାଦ | ଏହି ଠିକଣାକୁ ନେଇ ବୋଥ୍ରା ଉଲ୍ଲେଖ କରିଛନ୍ତି ଯେ ହାଇଦ୍ରାବାଦୀ ଷ୍ଟାଇଲର ଠିକଣା | ସେହିପରି ଜୁଲାଇ ୭ ତାରିଖ, ୨୦୨୦ରେ ବି ଏମିତି ଏକ ଠିକଣା ସୋସିଆଲ ମିଡିଆରେ ସେୟାର ହୋଇଥିଲା |
Indian eCommerce is different. pic.twitter.com/EewQnPcU5p
— Mangesh Panditrao (@mpanditr) July 7, 2020
ଠିକଣାରେ ଲେଖାଯାଇଥିଲା ଯେ 'ନାମ-ଉଦୟବିର, ୪୪୮-ମାତା ମନ୍ଦିର, ମନ୍ଦିର ସାମ୍ନାକୁ ଆସି ଫୋନ କଲେ ମୁଁ ପହଂଚିଯିବି, ଶିବପୁରା, କୋଟା, ରାଜସ୍ଥାନ "| ସପିଙ୍ଗ ସାଇଟ ପକ୍ଷରୁ ମଗାଯାଉଥିବା ବିସ୍ତୃତ ସୂଚନାକୁ ନେଇ କିଛି ବ୍ୟକ୍ତି ଏଭଳି ଠିକଣା ଲେଖୁଥିବାର ଜଣାପଡିଛି |