କାହିଁକି ସିଦ୍ଧରମୈୟାଙ୍କୁ ‘ଅନ୍ତବସ୍ତ୍ର’ ଭର୍ତ୍ତି ଥିବା ବାକ୍ସ ପଠାଇଲା ଆରଏସଏସ?

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ରାଷ୍ଟ୍ରିୟ ସ୍ବଂୟସେବାକ ସଂଗଠନ (ଆରଏସଏସ) ସମ୍ପର୍କରେ ଦେଇଥିବା ବିବୃତିକୁ ନେଇ ଏବେ କର୍ଣ୍ଣାଟକରେ ରାଜନୀତି ସରଗରମ ହୋଇଛି। ‘ଅନ୍ତବସ୍ତ୍ର’କୁ ନେଇ ସିଦ୍ଧରମୈୟା ବୟାନ ଦେବା ପରେ ଏବେ ‘ଅନ୍ତବସ୍ତ୍ର’ ଭର୍ତ୍ତି ଥିବ‌େ ବାକ୍ସ ଆରଏସଏସ କଂଗ୍ରେସ କାର୍ଯ୍ୟାଳୟକୁ ପଠାଉଥିବା ଜଣାପଡ଼ିଛି।

ସୂଚନା ମୁତାବକ, ରାଜ୍ୟ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ଏନଏସୟୁଆଇ କର୍ମୀଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା କଂଗ୍ରେସ କର୍ମୀମାନେ ରାଷ୍ଟ୍ରିୟ ସ୍ବଂୟସେବାକ ସଂଗଠନ (ଆରଏସଏସ) ଆଦର୍ଶକୁ ପାଠ୍ୟ ପୁସ୍ତକରେ ଅନ୍ତର୍ଭୁକ୍ତ କରିବାକୁ ନେଇ ବିରୋଧ କରିଥିଲେ। ଏହାକୁ ବିରୋଧ କରି ସିଦ୍ଧରମୈୟା କର୍ଣ୍ଣାଟକ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏହାକୁ ନେଇ ସିଦ୍ଧରମୈୟା କଂଗ୍ରେସର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ବିରୋଧ ସମୟରେ ଆମେ କେବଳ ଗୋଟିଏ ‘ଅନ୍ତବସ୍ତ୍ର’ ଜାଳିଦେବାରୁ ଏହା ଏକ ବଡ ଅପରାଧ ବୋଲି କୁହାଗଲା। କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ କୌଣସି ସାମାଜିକ ବିରୋଧୀ କାର୍ଯ୍ୟ କରିନାହାଁନ୍ତି, ଏହା କିପରି ଏକ ବେଆଇନ କାର୍ଯ୍ୟ? ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ଆଇନର ଉଲ୍ଲଂଘନ ନୁହେଁ। ନ୍ୟାୟ ପାଇଁ ସଂଗ୍ରାମ କରିବାର ଅଧିକାର ଆମକୁ ସମ୍ବିଧାନ ପ୍ରଦାନ କରେ। ଯଦି ରାଜ୍ୟ ସରକାର ଆମର କାର୍ଯ୍ୟକର୍ତ୍ତାମାନଙ୍କୁ ମୁକ୍ତ ନକରନ୍ତି, ତେବେ ଆମେ ରାଜ୍ୟବ୍ୟାପୀ ‘ଅନ୍ତବସ୍ତ୍ର’ ଜାଳିବା ଅଭିଯାନ ଆରମ୍ଭ କରିବୁ।

ସିଦ୍ଧରମୈୟାଙ୍କ ଏଭଳି ଆହ୍ବାନ ପରେ ଏପେ ଆରଏସଏସ କଂଗ୍ରେସ କାର୍ଯ୍ୟାଳୟକୁ ‘ଅନ୍ତବସ୍ତ୍ର’ ପଠାଇବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର