ନୂଆଦିଲ୍ଲୀ: ପେଷାଦାର କୁସ୍ତି ଖେଳାଳି ବିଜେନ୍ଦ୍ର ସିଂହ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବୁଧବାର ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।
ବିଜେପିରେ କୁସ୍ତିଯୋଦ୍ଧା ବିଜେନ୍ଦ୍ର ସିଂହଙ୍କୁ ସାମିଲ କରାଇ ବିନୋଦ ତାଓଡ଼େ କହିଛନ୍ତି, ‘ବିକଶିତ ଭାରତର ସଂକଳ୍ପ ପୁରା କରିବା ପାଇଁ ବିଜେନ୍ଦ୍ର ସିଂହ ବିଜେପିରେ ସାମିଲ ହୋଇଛନ୍ତି। ସେ ଦଳରେ ମିଶିବା ପରେ ଦଳ ଆହୁରି ଶକ୍ତିଶାଳୀ ହୋଇଯାଇଛି।ଦଳ ଲକ୍ଷ୍ୟ ପଥରେ ଆଗକୁ ଯିବାରେ ଏହା ଖୁବ ସାହାଯ୍ୟ କରିବ।’
ବିଜେନ୍ଦ୍ର ସିଂହ ୧୯୮୫ମସିହା ଅକ୍ଟୋବର ୨୯ତାରିଖରେ ହରିୟାଣାର ଭିୱାନୀ ନିକଟବର୍ତ୍ତୀ କାଲୁୱାସ ନାମକ ଗ୍ରାମରେ ଏକ ଜାଟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। କୁସ୍ତିଯୋଦ୍ଧାଙ୍କ ବାପା ମହିପାଲ ସିଂହ ବେନିୱାଲ ହରିୟାଣାର ରୋଡୱେର ଜଣେ ଗାଡିଚାଲକ ରହିଥିବା ବେଳେ ମା’ ହେଉଛନ୍ତି ଜଣେ ଗୃହିଣୀ। ।
ବିଜେନ୍ଦ୍ର ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଗ୍ରାମ କାଲୁୱାସରେ ଶେଷ କରି ମାଧ୍ୟମିକ ଶିକ୍ଷା ଭିୱାନୀରେ କରିଥିଲେ। ଏହାପରେ ବିଜେନ୍ଦ୍ର ଭିୱାନୀସ୍ଥିତ ବୈଶ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ବକସିଂ କ୍ଲବରେ ଭାଙ୍କ ସହିତ ମିଶି କୋଚ ଜଗଦୀଶ ସିଂହଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ। ପ୍ରଶିକ୍ଷଣ ପରେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀତାରେ ଭାଗ ନେଇ ସେ କୁସ୍ତି ଲଢ଼େଇ ଲଢ଼ି ଆସୁଛନ୍ତି। ଆଜି ସେ ସଫଳତାର ଏକ ଶୀର୍ଷସ୍ଥାନରେ ପହଞ୍ଚିପାରିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ ବି କରିବାକୁ ପଡ଼ିଛି।
୨୭ବର୍ଷ ବୟସରେ ସେ ଦିଲ୍ଲୀର ଝିଅ ଅର୍ଚ୍ଚନାଙ୍କୁ ବିବାହ କରିଥିଲେ।