ଜାଞ୍ଜଗୀର: ଶୁକ୍ରବାର ଦିନ ଛତିଶଗଡ଼ର ଜାଞ୍ଜଗୀର-ଚମ୍ପା ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଥିବା ଗୋଟାଏ ୮୦ ଫୁଟ୍ ଗଭୀର ପରିତ୍ୟକ୍ତ କୂଅ ମଧ୍ୟକୁ ଜଣେ ୧୧ ବର୍ଷିୟ ବାଳକ ଖସିପଡ଼ିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଦୀର୍ଘ ସମୟ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ‘ଏନ୍ଡିଆର୍ଏଫ୍’ ଏବଂ ‘ଏସ୍ଡିଆର୍ଏଫ୍’ ଟିମ୍ଙ୍କୁ ଡକାଯାଇଛି।
ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ବିଜୟ ଅଗ୍ରୱାଲ୍ କହିଛନ୍ତି, ମାଲଖରୋଡ଼ା ଉନ୍ନୟନ ବ୍ଲକ୍ ଅନ୍ତର୍ଗତ ପିହରିଦ୍ ଗ୍ରାମସ୍ଥିତ ତାଙ୍କ ବାଡ଼ିରେ ଥିବା ପରିତ୍ୟକ୍ତ ବୋର୍ୱେଲ୍ ମଧ୍ୟକୁ ପ୍ରାୟ ଅପରାହ୍ଣ ୨ଟା ବେଳେ ଖସି ପଡ଼ିଥିବା ପିଲାଟି ହେଉଛି ରାହୁଲ୍ ସାହୁ।
ପିଲାଟିର କାନ୍ଦ ଶୁଣି ପରିବାର ଲୋକେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ତୁରନ୍ତ ଘଟଣା ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀମାନଙ୍କୁ ସତର୍କ କରାଇ ଦିଆଯାଇଥିଲା। ଅପରାହ୍ଣ ପ୍ରାୟ ୪ ଟା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/06/borewell1-1024x576.jpg)
ପିଲାଟିକୁ ଉଦ୍ଧାର କରିବା ଲାଗି ଏକ ସମାନ୍ତରଳ ଗାତ ଖୋଳିବା ଲାଗି ଗୋଟାଏ ଜେସିବିକୁ କାର୍ଯ୍ୟରେ ଲଗାଯାଇଛି। ‘ଏନ୍ଡିଆର୍ଏଫ୍’ ଏବଂ ‘ଏସ୍ଡିଆର୍ଏଫ୍’ କର୍ମଚାରୀମାନଙ୍କୁ ମଧ୍ୟ ଡକାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଘଟଣାସ୍ଥଳରେ ଏକ ଡାକ୍ତରୀ ଟିମ୍ ମୁତୟନ କରାଯିବା ସହ ବୋଲ୍ୱେଲ୍ ଭିତରକୁ ଅକ୍ସିଜେନ୍ ଛାଡ଼ିବାକୁ ବ୍ୟବସ୍ଥା କରାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ବାଳକର ବାପା ଲାଲା ରାମ ସାହୁଙ୍କ କହିବା ଅନୁସାରେ, ପ୍ରାୟ ୮୦ ଫୁଟ୍ ଗଭୀରର ଉକ୍ତ ବୋର୍ୱେଲ୍ ପୂର୍ବରୁ ଥିବା ତାଙ୍କ ପରିବା ବଗିଚାରେ ଖୋଳାଯାଇଥିଲା। କିନ୍ତୁ ସେଥିରୁ ପାଣି ନ ବାହାରିବାରୁ ଅବ୍ୟବହୃତ ଏବଂ ଅଘୋଡ଼ା ପଡ଼ିଥିଲା।