ମଥୁରା: ମଥୁରା ଅନ୍ତର୍ଗତ ମୋହନପୁର ଗାଁ’ରେ ବୁଧବାର ଦିନ ଉତ୍ତର ପ୍ରଦେଶ ପୁଲିସ ଏନ୍‌କାଉଣ୍ଟର୍‌ ଚଳାଇଥିବା ବେଳେ ମାଧବ ଭରଦ୍ୱାଜ ନାମକ ଜଣେ ଆଠ ବର୍ଷିୟ ବାଳକ ମୁଣ୍ଡରେ ଗୁଳି ବାଜିବାରୁ ତା’ର ମୃତ୍ୟୁ ହୋଇ ଯାଇଛି। ତା’ର ଜେଜେବାପା କହନ୍ତି ଯେ ସେ ଅନ୍ୟ ଚାରି ଜଣ ସାଙ୍ଗଙ୍କ ସହ ଘର ସାମ୍ନାରେ ଖେଳୁଥିଲା।

Advertisment

ସନ୍ଧ୍ୟା ଛଅଟାବେଳେ ଏହି ଅଘଟଣ ଘଟିଥିଲା। ନିକଟ ଅତୀତରେ ହୋଇଥିବା ଏକ ଲୁଟ୍‌ମାର୍‌ ଘଟଣାରେ ସମ୍ପୃକ୍ତ କିଛି ଅପରାଧୀ ଅଛନ୍ତି ବୋଲି ସୂଚନା ପାଇ ହାଇେଓ୍ଵ ଥାନା ପୁଲିସ ମୋହନପୁରରେ ପହଞ୍ଚିଥିଲେ। ସେଠାରେ ଗୁଳି ଚଳାଉଥିବା ସମୟରେ ଗୋଟାଏ ଗୁଳି ଯାଇ ମାଧବ ମୁଣ୍ଡରେ ବାଜି ଯାଇଥିଲା। ତୁରନ୍ତ ତାକୁ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ, ସେଠାରେ ତା’ର ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ କହୁଛନ୍ତି କି, ସେଠାରେ ଗୁଳି ବିନିମୟ ହୋଇ ନ ଥିଲା। ଅଭିଯୁକ୍ତମାନଙ୍କୁ ଘେରି ଯାଇ ପୁଲିସମାନେ ଗୁଳି ଚଳାଇ ଥିଲେ।

publive-image Image Courtesy of TOI

ଘଟଣାସ୍ଥଳରେ ଉପସ୍ଥିତ ଥିବା ମାଧବର ଜେଜେବାପା ଶିବ ଶଙ୍କର କହନ୍ତି: ତିନି ଜଣ ପୁଲିସବାଲା ଗାଁ’କୁ ଆସି ଅଭିଯୁକ୍ତମାନଙ୍କୁ ନିକଟରେ ଥିବା ଏକ ମନ୍ଦିର ପ୍ରଙ୍ଗଣକୁ କଥାବାର୍ତ୍ତା ପାଇଁ ଡାକିଥିଲେ। କିନ୍ତୁ ହଠାତ୍‌ ସେମାନେ ଗୁଳି ଚଳାଇଥିଲେ। ମୋ ନାତି ବିଚରା ସେଇଠି ଥିଲା। ସେ ଗୁଳିଚୋଟ ଖାଇଲା।

ମୁଁ କିଛି ସମୟ ପାଇଁ କାଠ ପାଲଟି ଯାଇଥିଲି। କ’ଣ ଘଟିଗଲା ମୁଁ ବୁଝି ପାରିଲି ନାହିଁ। ସେମାନଙ୍କ ଭିତରୁ ଜଣେ ପୁଲିସ ମାଧବକୁ କୋଳରେ ଧରି ଡାକ୍ତରଖାନାକୁ ନେଉଛି ବୋଲି ପାଟି କରୁଥିଲେ।

କିନ୍ତୁ ତା’ପରେ ସେଠାରେ ଥିବା କେତେକ ଗ୍ରାମବାସୀଙ୍କୁ ପିଲାଟିକୁ ଦେଇ ତାକୁ ତୁରନ୍ତ ଡାକ୍ତରଖାନା ନେଇଯିବାକୁ ସେ କହିଥିଲେ। ଗ୍ରାମବାସୀମାନେ ତାକୁ ନେଇ ନୟତି ହସ୍‌ପିଟାଲ୍‌କୁ ଧାଇଁ ଯାଇଥିଲେ। ସେଠାରେ ସେ ଅଳ୍ପ କେଇ ମିନିଟ୍‌ ଭିତରେ ମରି ଯାଇଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି।

ବାଳକର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଥୁରା ଏସ୍‌ଏସ୍‌ପି କହିଛନ୍ତି।