ନୂଆଦିଲ୍ଲୀ: କୁମ୍ଭୀର ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କୁମ୍ଭୀର ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ବି ଚାଲି ଯାଇଛି। ନିକଟରେ ମଲେସିଆରୁ କୁମ୍ଭୀର ଆକ୍ରମଣର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ଶିଶୁଙ୍କୁ ଆଖିପିଛୁଳାକେ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିବା ଜଣାପଡ଼ିଛି। କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିବା ଶିଶୁର ବୟସ ପାଖାପାଖି ଏକବର୍ଷ ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଡଙ୍ଗାରେ ବାପା ନିଜର ଏକବର୍ଷ ଶିଶୁକୁ ନେଇ ଯାଉଥିଲେ। ଏହି ସମୟରେ ଏକ କୁମ୍ଭୀର ଡଙ୍ଗା ଉପରେ ଆକ୍ରମଣ କରି ବର୍ଷକର ଛୁଆକୁ ପାଣି ଭିତରକୁ ଟାଣି ନେଇଥିଲା। ବାପା ନିଜର ଛୁଆକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ, ଗୁରୁତର ଆହତ ବି ହୋଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଶିଶୁକୁ ବଞ୍ଚାଇ ପାରି ନଥିଲେ।
ଆଖି ସାମ୍ନାରେ ନିଜ ଛୁଆକୁ କୁମ୍ଭୀର ଟାଣି ନେଉଥିବା ଦେଖି ବାପା ପାଗଳପ୍ରାୟ ହୋଇଯାଇଥିଲେ। ସେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି କହିବା ପରିସ୍ଥିତିରେ ନଥିଲେ। ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପ୍ରଶାସନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ, କିନ୍ତୁ ଏଯାବତ ଶିଶୁର କୌଣସି ସୂଚନା ମିଳି ପାରିଲା ନାହିଁ।
ଶିଶୁର ମୃତ୍ୟୁ ପରେ ପରିବାରରେ ଶୋକରଛାୟା ଖେଳି ଯାଇଛି। ଶିଶୁ ସହିତ ଏମିତି ଘଟଣା ଘଟିବ ବୋଲି କେହି ଚିନ୍ତା ବି କରି ନଥିଲେ। କିଏ ଜାଣିଥିଲା ବାପା ସହ ସେ ଯେଉଁ ଡଙ୍ଗାରେ ବସି ଯାଉଥିଲେ, ସେଥିରେ ତାଙ୍କ ପାଇଁ ଜମ ଜଗି ବସିଥିବ ବୋଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/89733b11-51a8-429b-9371-f7321734f8ef.jpg)