ଅହମ୍ମଦାବାଦ: ସୋମବାର ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ୧୪ଟି ଜିଲ୍ଲାରେ ୯୩ଟି ବିଧାନସଭା ଆସନରେ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା। ରାଜ୍ୟରେ ଦ୍ବିପହର ୧ଟା ପର୍ଯ୍ୟନ୍ତ ୩୫ ପ୍ରତିଶତ ମତଦାନ ସରିଥିଲା। ଗୁଜୁରାଟରେ ଭିଆଇପି ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ଭୁପେନ୍ଦ୍ର ପଟେଲ ଓ ଆନନ୍ଦିବେନ ପଟେଲ ସମସ୍ତେ ମତଦାନ କରି ସାରିଛନ୍ତି। ନିଜର ବହୁମୂଲ୍ୟ ଭୋଟର ମୂଲ୍ୟ କେତେ ତାହା ମତଦାତାଙ୍କୁ ବେଶ୍ ଭଲଭାବେ ଜଣା।

Advertisment

ଇତିମଧ୍ୟରେ ନାଦିଆଦରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଏକ ଅନ୍ୟନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେ ନିଜ ପାଦର ଆଙ୍ଗୁଠିର ସହାୟତାରେ ଭୋଟ ଦେଇଥିବା ଦେଖିବାକୁ ମିଳିଛି।

ଅଙ୍କିତ ସୋନି କହିଛନ୍ତି, ‘୨୦ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୁଁ ଦୁଇଟି ହାତ ହରାଇଥିଲି। ଦୁର୍ଘଟଣା ପରେ କ’ଣ କରିବି କିଛି ଭାବି ପାରି ନଥିଲି। ଧୀରେଧୀରେ ମନକୁ ବୁଛାଇ ଥିଲି। ସବୁକାମ ଗୋଡ଼ରେ କରିଥିଲି। ଏହି କ୍ରମରେ ମୋତେ ଭୋଟ ଦେବାରେ କେବେ ବି କେହି ଅଟକାଇ ପାରିନାହିଁ। ପ୍ରତିଥର ମୁଁ ଏଭଳି ଭାବେ ପାଦର ଆଙ୍ଗୁଠି ସାହାଯ୍ୟରେ ନିଜର ମତ ଦେଇଥାଏ।’