ଶୋଇଥିବା ଅବସ୍ଥାରେ ମଶାରୀ ଭିତରେ ପଶିଲା ନାଗ; ସର୍ପ ଦଂଶନରେ ହେଲା ବାଳକର ମୃତ୍ୟୁ

ମୁମ୍ବାଇ: ବର୍ଷା ସମୟରେ ଗାଁ ଏବଂ ଗ୍ରାମାଞ୍ଚଳରେ ସାପ ବାହାରିବାର ଅଧିକ ଘଟଣା ସାମ୍ନାକୁ ଆସିଥାଏ। ଏହି ସାପ କାମୁଡ଼ିବା ହେତୁ ଅନେକ ଲୋକ ପ୍ରାଣ ମଧ୍ୟ ହରାଇ ଥାଆନ୍ତି। ନିକଟରେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ନାଗସାପ ଦଂଶନରେ ଜଣେ ବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏହି ଘଟଣା ଲକ୍ଷ୍ମପୁର ଖେରୀର ହାଇଦ୍ରାବାଦ ପୁଲିସ ଷ୍ଟେସନ ଅଞ୍ଚଳର ଜମାଲପୁର ଗ୍ରାମରେ ଘଟିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ରାତିରେ ୧୫ ବର୍ଷୀୟ ଚିକୁ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମଶାରୀ ଭିତରେ ଶୋଇଥିଲା। ମଧ୍ୟରାତ୍ରିରେ ଏକ ବିଷାକ୍ତ କଳାରଙ୍ଗର ନାଗସାପ ମଶାରୀ ଭିତରକୁ ପଶି ଆସିଥିଲା। ଗଭୀର ନିଦରେ ଚିକୁ ଶୋଇଥିବା ବେଳେ ସାପ ପୁଅକୁ ଚୋଟ ମାରିଥିଲା। ସାପ ଚୋଟରେ ଚିକୁକୁ ଯନ୍ତ୍ରଣା ହେବାରୁ ସେ ପାଟି କରି ଉଠିଥିଲା। ପୁଅର ପାଟି ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଚିକୁ ପାଖରେ ମଶାରୀ ଭିତରେ ଥିବା ଏକ କଳାରଙ୍ଗର ସାପକୁ ଦେଖି ସେମାନଙ୍କ ହୋସ୍‌ ଉଡ଼ି ଯାଇଥିଲା।

अस्पताल ले जाने से पहले ही चीकू की मौत
oneindia.com

ପରିବାର ଲୋକ ଭୟଭୀତ ହୋଇ ଚିକୁକୁ କୌଣସି ଉପାୟରେ ସେହି ମାଶାରୀ ଭିତରୁ ବାହାର କରି ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ବାଳକକୁ ସେଠାରେ ମୃତ ଘୋଷଣା କରିଥିଲେ। ପଡ଼ୋଶୀମାନଙ୍କ ସାହାଯ୍ୟରେ ବିଷଧର ସାପକୁ ମଶାରି ଭିତରେ ହିଁ କାବୁ କରାଯାଇଥିଲା। ଘଟଣାର ଭିଡିଓକୁ ସ୍ଥାନୀୟଲୋକ ନିଜ ଫୋନ୍‌ରେ କୈଦ କରି ନେଇଥିଲେ। ପୁଅର ମୃତ୍ୟୁ ପରେ ଗ୍ରାମରେ ଶୋକରଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର