କାର୍‌ ଭିତରେ ଅଣନିଃଶ୍ୱାସୀ ହୋଇ ଛାତ୍ରର ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶର ହୋସାଙ୍ଗାବାଦ୍‌ ଜିଲ୍ଲା ସ୍ଥିତ ଦୋଲାରିୟା ସହରରେ କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ୬ ବର୍ଷୀୟ ଛାତ୍ରର ମୃତ୍ୟୁ ଘଟଣା ଶୋକର ଛାୟା ଖେଳାଇ ଦେଇଛି। ଗତ ୧୯ ତାରିଖରେ ଦୋଲାରିୟା ସହର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଭ୍ୟାନ୍‌ ନଥିବାରୁ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ନୀତୀନ ଗୌର ନିଜ କାର୍‌ରେ ଛାତ୍ର ନୈତିକି ଗୌରକୁ ସ୍କୁଲ୍‌ ଆଣିଥିଲେ। ତେବେ ସେ ଅନ୍ୟମନସ୍କ ହୋଇ ନୈତିକକୁ କାର୍‌ରୁ ବାହାର ନକରି କାର୍‌ ଲକ୍‌ କରିନେଇଥିଲେ। ତେବେ ୪ ଘଣ୍ଟା ପରେ କାର୍‌ ଖୋଲିବାବେଳକୁ ନୈତିକର ଚେତା ନଥିଲା। ତା’କୁୁ ସଙ୍ଗେସଙ୍ଗେ ଭୋପାଳ ହସ୍ପିଟାଲ୍‌ ନିଆଯାଇଥିଲା। ଦୀର୍ଘ ୬ ଦିନ କାଳ ମରଣ ସହ ସଂଘର୍ଷ କରି ଶେଷରେ ସେ ଆଜି ଆଖି ବୁଜିଛି।

ସମ୍ବନ୍ଧିତ ଖବର