ବୋରୱେଲର ଗାତ ମଧ୍ୟକୁ ଖସି ପଡ଼ିଲା ୪ ବର୍ଷର ଶିଶୁ; ଚାଲିଛି ଉଦ୍ଧାର କାର୍ଯ୍ୟ

ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ଗୁରୁବାର ଅପରାହ୍ଣରେ ଜଣେ ସାଢେ ଚାରି ବର୍ଷର ଶିଶୁ ଏକ ଅଧାଖୋଳା ବୋରୱେଲର ଗାତ ମଧ୍ୟକୁ ଖସି ପଡିଛି। ଏ ଘଟଣଶ ଜଣା ପଡ଼ିବାପରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଯିବା ସହ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଖଟୁଶ୍ୟାମଜୀ ଥାନା ଅଧିକାରୀ ରିୟା ଚୌଧୁରୀ କହିଛନ୍ତି ଯେ ଗୁରୁବାର ଅପରାହ୍ଣରେ ସାଢ଼େ ଚାରି ବର୍ଷର ବାଳକ ରବୀନ୍ଦ୍ର ତାଙ୍କ ଘର ନିକଟରେ ଥିବାବେଳେ ଅଦୂରରେ ଚାଷ ଜମିରେ ଥିବା ଏକ ଅଧାଖୋଳା ବୋରୱେଲର ଗାତ ମଧ୍ୟକୁ ଖସି ପଡ଼ିଥିଲା। ବାଳକଟି ଏବେ ଅଧାଖୋଳା ବୋରୱେଲର ଗାତ ମଧ୍ୟରେ ୫୦ ଫୁଟ ଗଭୀରତାରେ ଅଟକି ରହିଛି। ଏଘଟଣା ସଂପର୍କରେ ଖବର ମିଳିବା ପରେ ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀମାନେ ସେହି ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଏବେ ସୁଦ୍ଧା ବାଳକଟିକୁ ଅଧାଖୋଳା ବୋରୱେଲ ମଧ୍ୟରୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

ସମ୍ବନ୍ଧିତ ଖବର