କାନାଡାର ଏକ ହସପିଟାଲରେ ଏକ ଅଜବ ମାତ୍ର ମନଛୁଆଁ ଘଟଣା ଘଟିଛି । ନିଜର ୮ ବର୍ଷୀୟ ରୋଗୀ-ଏକ କୁନି ବାଳକ ମାକ୍କିଏର ଅନୁରୋଧ ରକ୍ଷା କରି ଜଣେ ଡାକ୍ତର ତାହାର ଟେଡି ବିୟରର ମଧ୍ୟ ଅପରେସନ କରିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଏହି ମନଛୁଆଁ ଘଟଣାଟି ଘଟିଛି କାନାଡାର ସହର ହୋଲିଫାକ୍ସରେ । ୮ ବର୍ଷୀୟ ଜାକସନ ମାକ୍କିଏ କୌଣସି ଏକ ଜଟିଳ ରୋଗରେ ପଡି ଅପରେସନ ପାଇଁ ଆଇଡବ୍ଲୁକେ ହେଲଥସେଣ୍ଟରକୁ ଆସିଥିଲା । ସାଙ୍ଗରେ ତାହାର ଅତି ପ୍ରିୟ ଟେଡି ବିୟରକୁ ମଧ୍ୟ ଆଣିଥିଲା, କାରଣ ଏହି ଟେଡିବିୟରଟି ତାହାର ସୁଖ ଦୁଃଖର ସାଥୀ ।
Patient asks if I can also fix teddy bear just before being put off to sleep... how could I say no? pic.twitter.com/WOKFc5zr91
— P. Daniel McNeely (@pdmcneely) September 30, 2018
ବାଳକଟି ମଧ୍ୟ ଭାବୁଥିଲା ଯେ ତା ସହିତ ତା ସାଙ୍ଗର ମଧ୍ୟ ଶରୀର ଅସୁସ୍ଥ ଅଛି । ଏଣୁ ସେ ତାର ଚିକିତ୍ସା କରିବାକୁ ସାଙ୍ଗରେ ଆଣିଥିଲା । ଡାକ୍ତର ଡାନିଏଲ ମାକନିଲି ଯେତେବେଳେ ତାକୁ ଆନାସ୍ଥେସିଆ ଇଂଜେକ୍ସନ ଦେଲେ, ସେ ଡାକ୍ତରଙ୍କୁ ଅନୁରୋଧ କଲାଯେ ତାର ଆଖି ବନ୍ଦ ହେବା ପୂର୍ବରୁ ତାହାର ଅତିପ୍ରିୟ ସାଥୀ ଟେଡିବିୟରକୁ ମଧ୍ୟ ଅପରେସନ କରି ତାକୁ ଆରୋଗ୍ୟ କରାଯାଉ । ତାହାର ଏହି କଥାକୁ ଡାକ୍ତର କାଟି ପାରିନଥିଲେ । ତୁରନ୍ତ ଅପରେସନ ଥିଏଟରରେ ଟେଡି ବିୟରର ଅପରେସନ ନିଜେ ଡାକ୍ତର କରିଥିଲେ । ଏହା ଦେଖି ଦେଖି ବାଳକଟିର ଆଖି ବନ୍ଦ ହୋଇଯାଇଥିଲା, କିନ୍ତୁ ମୁହଁରେ ଥିଲା ଚେନାଏ ହସ ।