ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିଦିନ ଅନେକ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିବ। ପିଲାଠାରୁ ବୃଦ୍ଧ ଯେଉଁମାନେ ସୋସିଆଲ ମିଡିଆ ମାୟାରେ ବାୟା ସେମାନେ ଲୋକପ୍ରିୟତା ପାଇଁ ଏମିତି କିଛି ଭିଡିଓ ପ୍ରସ୍ତୁତ କରୁଛନ୍ତି ଯାହାକି ସେମାନଙ୍କ ଜୀବନକୁ ଅନେକ ସମୟରେ ବିପଦରେ ପକାଇଥାଏ।
While Making Tiktok Videos A Train Hits the guy in Bangladesh
— Ghar Ke Kalesh (@gharkekalesh) October 27, 2024
https://t.co/06kZEovLGn
ଟିକଟକର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି କିଛିପିଲା ଏକାଠି ଛିଡା ହୋଇ ରେଳଧାରଣା ପାଖରେ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ ଏକ ଟ୍ରେନ ଦ୍ରୁତଗତିରେ ଆସି ଜଣେ ପିଲାକୁ ଧକ୍କା ଦେଇ ଆଗକୁ ବଢ଼ି ଯାଉଛି।
ଏହି ଭିଡିଓକୁ ବାଂଲାଦେଶର ରଙ୍ଗପୁରସ୍ଥ ଶିଙ୍ଗିମାରି ରେଳବ୍ରିଜ ନିକଟରେ ସୁଟ କରାଯାଇଛି। ତେବେ ଏହି ଭିଡିଓଟି କେବେ ପୋଷ୍ଟ ହୋଇଥିବା ଜଣାପଡ଼ି ନଥିବା ବେଳେ ଏହାକୁ ଅକ୍ଟୋବର ୨୭ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି।
ବିଶେଷ ସୂତ୍ରରୁ ଖବର ମିଳିଛି, ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ପିଲାକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବାଳକ ଜଣକ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।