ବ୍ରେକ-ଅପ୍‌ ପାଇଁ ପ୍ରେମିକାଙ୍କ ଦାବି ପୂରଣ କରିବାକୁ ୩ ଲକ୍ଷ ଡ଼ଲାର ଦେଲେ ପ୍ରେମିକ

ନୂଆଦିଲ୍ଲୀ : ବର୍ତ୍ତମାନ ଦୁନିଆରେ କେତେକଙ୍କ ଲାଗି ପ୍ରେମ ଏକ ବ୍ୟବସାୟ ସାଜିଛି । ପରସ୍ପର ମଧ୍ୟରେ ଉପହାର ନେଣଦେଣ ବର୍ତ୍ତମାନ ଏକ ସାଧାରଣ ବିଷୟ ପାଲଟିଛି । ନିକଟରେ କିନ୍ତୁ ଚାଇନାରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ସହିତ ବ୍ରେକ୍‌ଅପ କରିବାକୁ ଯାଇ ତାଙ୍କୁ ୩ ଲକ୍ଷ ଡଲାର୍‌ ପ୍ରଦାନ କରିଥିଲେ । କିନ୍ତୁ ପ୍ରେମିକାଙ୍କୁ ଏହି ଅର୍ଥ ପର୍ଯ୍ୟପ୍ତ ଅନୁଭୂତ ନ ହେବାରୁ ସେ ତାହାକୁ ସ୍ୱୀକାର କରି ନ ଥିଲେ । କାରଣ ସେ ତାଙ୍କ ପ୍ରେମିକଙ୍କଠାରୁ ଆଉ କିଛି ଦାବି କରିଥିଲେ ।

YouTube

ସୂଚନା ଅନୁଯାୟୀ , ନିକଟରେ ଚାଇନାରେ ଏକ ବାରରେ ବହୁତ ଟଙ୍କା ଥିବା ଏକ ସୁଟକେସ ମିଳିଥିଲା । ଏହା ପରେ ଘଟଣାର ତଦନ୍ତ କରାଯାଇଥିଲା ଏବଂ ସର୍ବସମ୍ମୁଖକୁ ଏକ ଅଦ୍ଭୁତ ଘଟଣା ଆସିଥିଲା । ଏହି ବାରରେ ଏକ ପ୍ରେମୀଯୁଗଳ ତାଙ୍କର ବ୍ରେକ୍‌ଅପ ପାଇଁ ଆସିଥିଲେ । ଏଠାରେ ପ୍ରେମିକ ଜଣଙ୍କ ବ୍ରେକଅପ୍‌ ପାଇଁ ମହିଳାଙ୍କୁ ୩ ଲକ୍ଷ ଟଙ୍କା ଥିବା ଏକ ସୁଟକେସ୍‌ ଦେଇଥିଲେ । କିନ୍ତୁ ପ୍ରେମିକା ସେ ସୁଟକେସ୍‌କୁ ବାରରେ ହିଁ ଛାଡ଼ି ପଳାଇଥିଲେ । କାରଣ ମହିଳା ଜଣକ ତାଙ୍କ ପ୍ରେମିକ ଠାରୁ ବ୍ରେକ୍‌ଅପ୍‌ ପାଇଁ ୭ଲକ୍ଷ ୮୭ ଡ଼ଲାର ଦାବି କରିଥିଲେ । କିନ୍ତୁ ଆଇଟି ସେକ୍ଟରରେ କାର୍ଯର୍୍ୟରତ ଥିବା ୨୩ ବର୍ଷର ବ୍ୟକ୍ତି ଜଣଙ୍କ କେବଳ ୩ ଲକ୍ଷ ଡ଼ଲାର ହିଁ ଯୋଗାଡ଼ କରିପାରିଥିଲେ । ଫଳରେ ତାଙ୍କ ପ୍ରେମିକା ସେହି ଟଙ୍କା ଭର୍ତ୍ତି ସୁଟକେସକୁ ବାରରେ ଛାଡ଼ି ପଳାଇଥିଲେ । ବାର କର୍ମଚାରୀଙ୍କ ନଜରକୁ ସେହି ସୁଟକେସଟି ଆସିବା ପରେ ସେ ପୁଲିସକୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର