ଭର୍ଜିନିଆ : ଆମେରିକାର ଭର୍ଜିନିଆ ରାଜ୍ୟର ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡ ପୁଣି ଥରେ ଆମେରିକାର ବନ୍ଧୁକ ସଂସ୍କୃତିକୁ ଚର୍ଚ୍ଚାକୁ ଆଣିଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ସ୍କୁଲରେ ବାରମ୍ବାର ହେଉଥିବା ଗୁଳିକାଣ୍ଡ ଘଟଣା । ଏସବୁ ଗୁଳିକାଣ୍ଡ ଯୋଗୁଁ ପ୍ରତିବର୍ଷ ଅନେକ କୋମଳମତି ପିଲା ମୃତାହତ ହେଉଛନ୍ତି ।

Advertisment

ଆମେରିକା ସରକାରଙ୍କ ଏକ ତଥ୍ୟ ଅନୁସାରେ ୨୦୨୨ରେ ସ୍କୁଲରେ ହେଉଥିବା ଗୁଳିକାଣ୍ଡ ଘଟଣା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିଲା । ଏହି ବର୍ଷ ମୋଟ ୩୦୦ଟି ସ୍କୁଲ ଗୁଳିକାଣ୍ଡ ହୋଇଥିଲା ଯାହାକି ୨୦୨୧ରେ ୨୫୦ ଥିଲା । ଏସବୁ ଘଟଣାରେ ୩୩୨ ଜଣ ପିଲା ମୃତାହତ ହୋଇଥିଲେ । ଅନ୍ୟଏକ ରିପୋର୍ଟ ଅନୁସାରେ ଆମେରିକାରେ ୧୯ ବର୍ଷର କମ ବୟସର ପିଲାଙ୍କ ମୃତ୍ୟୁର ଏକ ବଡ଼ କାରଣ ହେଉଛି ଗୁଳିକାଣ୍ଡ ।

publive-image ଆହତ ଶିକ୍ଷୟିତ୍ରୀ ଆବି ଜ୍ବେରନର

ଶୁକ୍ରବାର ଅପରାହ୍ଣରେ ଆମେରିକାର ପୂର୍ବ ରାଜ୍ୟ ଭର୍ଜିନିଆର ରିଚନେକ୍ ଏଲିମେଣ୍ଟାରୀ ସ୍କୁଲରେ ଜଣେ ଛଅ ବର୍ଷର ବାଳକ ଗୁଳି ଚଳାଇ ନିଜ ଶିକ୍ଷୟିତ୍ରୀଙ୍କୁ ଗୁରୁତର ଆହତ କରିଛି । ତେବେ ଏହି ଘଟଣାରେ କୌଣସି ଛାତ୍ର ଆହତ ହୋଇନାହାଁନ୍ତି । ବାଳକଟି ଶିକ୍ଷୟିତ୍ରୀଙ୍କ ଛାତିରେ ଗୁଳି ମାରିଥିବାରୁ ତାଙ୍କରଅବସ୍ଥା ସଂକଟାପନ୍ନ ରହିଛି । ଗୁଳି ମାରିଥିବା ବାଳକ ନାଁ ପୁଲିସ ଗୋପନ ରଖିଛି । ବାଳକ ଏବେ ପୁଲିସ ହେପାଜତରେ ରହିଛି ।

ଗତବର୍ଷ ମେ ମାସରେ ଟେକ୍ସାସର ଉଭାଲଡେରେ ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ୧୯ ଜଣ ଶିଶୁ ଏବଂ ଦୁଇ ଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲା ।