ମେରଠ: ଉତ୍ତର ପ୍ରଦେଶର ମେରଠରୁ ଆସିଛି ଏକ ଚମକପ୍ରଦ ଖବର। ଏଠାରେ ଜଣେ ଅବିବାହିତା ମାଙ୍କୁ ବାହା ହେବେ ପ୍ରେମିକ। ପଞ୍ଚାୟତର ଏପରି ନିଷ୍ପତ୍ତି ଶୁଣି ଯୁବକ ବି ବାହା ହେବାକୁ ରାଜି ହୋଇଛି। ରେଲୱେ ରୋଡ୍ ଥାନା ଅଞ୍ଚଳର ଜଣେ ଅବିବାହିତା ମା’ଙ୍କୁ ତାଙ୍କ ପ୍ରେମିକ ବିବାହ କରିବେ। ପଞ୍ଚାୟତରେ ଏକ ନିଷ୍ପତ୍ତି ନିଆଯାଇଛି ଯେ ଯଦି ଯୁବକ ଜଣକ ବିବାହ ନକରନ୍ତି ତେବେ ତାଙ୍କୁ ଗାଁରୁ ବାସନ୍ଦ କରାଯିବ। ଏହା ସହିତ ବସ୍ତି ମଧ୍ୟ ଛାଡ଼ିବାକୁ ପଡ଼ିବ। ଏହାପରେ ଭୟରେ ଯୁବକଜଣକ ଯୁବତୀଙ୍କର ପରିବାର ସଦସ୍ୟଙ୍କୁ ବିବାହ କରିବାକୁ ହଁ କହିଥିଲେ। ଏକ ମାସ ପରେ ଦୁହେଁ ବିବାହ କରିବେ ବୋଲି ଜଣାଯାଇଛି।

Advertisment

ସୂଚନା ଅନୁଯାୟୀ, ଏହି ଅଞ୍ଚଳର ଏକ କଲୋନୀର ବାସିନ୍ଦା ଯୁବତୀ ଦୁଇ ବର୍ଷ ଧରି ପଡ଼ୋଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନରଖି। ଯେତେବେଳେ ଯୁବତୀ ଗର୍ଭବତୀ ଥିବା ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ, ସେତେବେଳ ଏହା ସମ୍ପର୍କୀୟମାନେ ଯୁବକଙ୍କ ଘରେ ପହଞ୍ଚି ବାହା ହେବା ଲାଗି ଅନୁରୋଧ କରିଥିଲେ। କିନ୍ତୁ ଯୁବକ ରାଜି ହୋଇ ନଥିଲେ। ଏହାପରେ ଦିଲ୍ଲୀ ରୋଡରେ ଥିବା ଏକ ଘରୋଇ ଡାକ୍ତରଖାନାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ପୀଡ଼ିତା। ଏପରିକି ଏହି ସୂଚନା ପାଇବା ପରେ ଯୁବକ ଏବଂ ତାଙ୍କ ପରିବାର ବାହାଘର ଲାଗି ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ।

ଏହାପରେ ଯୁବତୀଙ୍କ ପରିବାରଲୋକେ ଏହି କଥା ପଞ୍ଚାୟତକୁ ଜଣାଇଥିଲେ। ଏହାପରେ ପଞ୍ଚାୟତପକ୍ଷରୁ ଫଇସଲା ନିଆଯାଇଥିଲା ଯେ ଯୁବକଙ୍କୁ ପ୍ରେମିକା ଅବିବାହିତା ମା’ଙ୍କୁ ବାହା ହେବାକୁ ପଡ଼ିବ। ଏହି ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟମାନେ ରେଲୱେ ରୋଡ ଥାନାରେ ଅଭିଯୋଗ କରିଥିଲେ।