ହୋଲି ପୂର୍ବରୁ କ୍ଲାସ୍‌ମେଟ୍‌ ଝିଅ ମୁଣ୍ଡରେ ଅବିର ଲଗାଇ ୧୪ ବର୍ଷିୟ ବାଳକ ଗିରଫ

ଗୁରୁଗ୍ରାମ: ହୋଲି ପୂର୍ବରୁ ହୋଲି ଖେଳି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ବାଳ ଶୁଧାର ଗୃହକୁ ଯିବାକୁ ପଡ଼ିଛି। ପିଲାଟି ତାଙ୍କ ଶ୍ରେଣୀର ଜଣେ ଝିଅ ମୁଣ୍ଡରେ ଅବିର ଲଗାଇ ଦେଇଥିଲା, କିନ୍ତୁ ସେ ଝିଅ ସିନ୍ଦୂର ଲଗାଯାଇଛି ବୋଲି ଅଭିଯୋଗ କରିଥିଲା।

ଗୁରୁଗ୍ରାମ ପୁଲିସ ସେ ୧୪ ବର୍ଷିୟ ବାଳକକୁ ପିଓସିଏସ୍‌ଓ ଆକ୍ଟ୍‌ର ଜାମିନ ବିହୀନ ସେକ୍‌ସନ୍‌ରେ ଗିରଫ କରି ଜୁବେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଥିଲା। ବୋର୍ଡ ତାକୁ ଦୁଇ ସପ୍ତାହ ପାଇଁ ଫରିଦାବାଦର ଶୁଧାର ଗୃହକୁ ପଠାଇ ଦେଇଛନ୍ତି।

ଗୁରୁଗ୍ରାମ ପୁଲିସ କମିସନର୍‌ ସନ୍ଦୀପ ଖିର୍‌ଓ୍ଵାର କହିଛନ୍ତି।

ଘଟଣାଟି ଗୁରୁଗ୍ରାମ ଜିଲ୍ଲାର ଫରୁଖାଁନଗର ଉପନଗର ଅଞ୍ଚଳର ମେହଚନା ଠାରେ ଘଟିଛି। ସୋମବାର ଦିନ ଉଭୟ ଛାତ୍ର ଓ ଛାତ୍ରୀ ସେଦିନ ସ୍କୁଲ୍‌କୁ ଯାଉଥିଲେ।

ଝିଅଟି ତାଙ୍କ ଘରେ ଅଭିଯୋଗ କରିଥିଲା କି, ତା’ କ୍ଲାସ୍‌ମେଟ୍‌ ଜାଣିଶୁଣି ଜୋର୍‌ଜବରଦସ୍ତ ତା’ ମୁଣ୍ଡରେ ସିନ୍ଦୂର ବୋଳିଥିଲା। ପରିବାର ଲୋକେ ସ୍ଥାନୀୟ ଥାନାରେ ପହଞ୍ଚି ବାଳକ ବିରୋଧରେ ଅପରାଧିକ ଏତଲା ଦାଏର କଲେ। ପ୍ରଥମେ ମାମଲା ଫରୁଖାଁନଗର ଥାନାରେ ପଞ୍ଜିକୃତ ହେବା ପରେ ତାହାକୁ ମାଣେଶ୍ୱରସ୍ଥିତ ମହିଳା ଥାନାକୁ ସ୍ଥାନାନ୍ତର କରାଯାଇଥିଲା।

ଝିଅର ଅଜା ଅଭିଯୋଗ କରିଛନ୍ତି ଯେ ସେ ପିଲା ଅବିର ନୁହେଁ ତା’ ମୁଣ୍ଡରେ ସିନ୍ଦୂର ଲଗାଇଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ଲାଲ୍‌ ମୁରୁଜର ନମୁନା ସଂଗ୍ରହ କରିବା ସହ ଫଟୋ ଉଠାଇଛି।

ପୁଅ ପରିବାର ଏ ଭଳି ଘଟଣାକୁ ଅବିଶ୍ୱାସ କରିବା ସହ ପୁଲିସ କାର୍ଯ୍ୟାନୁଷ୍ଠାନରେ ମର୍ମାହତ ହୋଇଛନ୍ତି।

ଏ ଭଳି ବୟସର ପିଲାଏ ଦୀପାବଳି ଓ ହୋଲି ଭଳି ପର୍ବ ପାଳନ କରିବାକୁ ଅଧୈର୍ଯ୍ୟ ହୋଇ ଅପେକ୍ଷା କରି ଥାଆନ୍ତି। ପର୍ବ ଦିନର ଅବ୍ୟବହିତ ପୂର୍ବରୁ ପାଳନ ମଧ୍ୟ କରି ପକାନ୍ତି। ଏଥିରେ ତାଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥାଏ ବୋଲି ପୁଅର ମାଆ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ତାଙ୍କ ପୁଅକୁ ମାତ୍ର ୧୪ ବର୍ଷ। ସିନ୍ଦୂରର ତାତ୍ପର୍ଯ୍ୟ ସେ ବୁଝିଥିବ ବୋଲି ବିଚାର କରିବା ବଡ଼ ଅନ୍ୟାୟ। ସେ ନିରୀହ। ତାକୁ କଠୋର ଦଣ୍ଡରେ ଦଣ୍ଡିତ କଲେ ତା’ର ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ଆମେ ମହିଳା ଥାନାର ଅଧିକାରୀମାନଙ୍କୁ ଯେତେ କହିଲୁ ସେ ଶୁଣିଲେ ନାହିଁ।

ସମ୍ବନ୍ଧିତ ଖବର