ଏ ବର୍ଷ ପ୍ରବଳ ଶୀତ ଅନୁଭୂତ ହେବ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଏ ବର୍ଷ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲା’ ନିନା ପ୍ରଭାବ ଦୁର୍ବଳ ହେବା ଯୋଗୁଁ ଏପରି ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଲା’ ନିନା ପ୍ରଭାବ ଦୁର୍ବଳ ହେଉଥିବାରୁ ଏବର୍ଷ ପ୍ରବଳ ଶୀତ ଅନୁଭୂତ ହେବ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଦ୍ୱାରା ଆୟୋଜିତ ଏକ େଓ୍ଵବିନାରରେ ଯୋଗ ଦେଇ ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଋତୁଚକ୍ରରେ ଅନିୟମିତତା ଆସିଯାଇଛି । କୌଣସି ବର୍ଷ ମରୁଡ଼ି ପଡ଼ୁଥିବାବେଳେ ଆଉ ଏକ ବର୍ଷ ପ୍ରବଳ ବର୍ଷା ହୋଇ ମରୁଡ଼ି ପଡ଼ୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ପାଣିପାଗ ଉପରେ ଏଲ୍‌ ନିନୋ ଓ ଲା’ ନିନୋର ବଡ଼ ପ୍ରଭାବ ରହିଛି । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରାଠାରୁ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହିଲେ ତାହାକୁ ଲା’ ନିନୋ କୁହାଯାଏ । ଅର୍ଥାତ ଲା’ ନିନୋରେ ପ୍ରଶାନ୍ତ ମହାସାଗରର ପାଣି ଅଧିକ ଥଣ୍ଡା ହୋଇଥାଏ । ସେହିପରି ପ୍ରଶାନ୍ତ ମହାସାଗରର ପାଣି ବାୟୁମଣ୍ଡଳର ତାପମାତ୍ରା ତୁଳନାରେ ଅଧିକ ଗରମ ରହିଲେ ତାହାକୁ ଏଲ ନିନୋ କୁହାଯାଏ । ଏଣୁ ଏଲ ନିନୋର ଓଲଟା ହେଉଛି ଲା’ ନିନୋ । ଏଲ ନିନୋ ପ୍ରଭାବ ଅଧିକ ରହିଲେ ସାଧାରଣତଃ କମ ବର୍ଷା ହୋଇଥାଏ ।

ସମ୍ବନ୍ଧିତ ଖବର