ଆଧ୍ୟାତ୍ମିକ ସଙ୍ଗଠନ ବ୍ରହ୍ମା କୁମାରୀର ମୁଖ୍ୟ ରାଜଯୋଗିନୀ ଦାଦି ଜାନକୀଙ୍କର ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମାଉଣ୍ଟଆବୁ: ଆଧ୍ୟାତ୍ମିକ ସଙ୍ଗଠନ ବ୍ରହ୍ମା କୁମାରୀର ମୁଖ୍ୟ ତଥା ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର୍ ରାଜଯୋଗିନୀ ଦାଦି ଜାନକୀଙ୍କର ଶୁକ୍ରବାର ସକାଳେ ମାଉଣ୍ଟଆବୁଠାରେ ପରଲୋକ ଘଟିଛି। ୧୦୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ତାଙ୍କ ଦେହାନ୍ତ ଖବର ସଂପର୍କରେ ଡାକ୍ତରଖାନା ପକ୍ଷରୁ ଟୁଇଟ୍ କରାଯାଇଛି। ଏଥିରେ କୁହାଯାଇଛି,‘ ସ୍ନେହପୂର୍ଣ୍ଣ ଚିନ୍ତାଧାରା ସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ବ୍ରହ୍ମା କୁମାରୀଙ୍କ ଆଧ୍ୟାତ୍ମିକ ମୁଖ୍ୟ ଆମର ପ୍ରିୟ ଦାଦି ଜାନକୀ ଶୁକ୍ରବାର ଦିନ ପ୍ରାତଃ କାଳରେ ଏହି ଶାରୀରିକ ଜୀବନରୁ ଦେହାନ୍ତ କରିଛନ୍ତି।’

image source-times now

ଦାଦି ଜାନକୀଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ସାଢେ ତିନିଟା ବେଳେ ବ୍ରହ୍ମା କୁମାରୀ ସଂସ୍ଥାର ଶାନ୍ତିବନରେ କରାଯିବ ବୋଲି ଜଣାଯାଇଛି। ସେ ୧୯୧୬ ମସିହା ଜାନୁଆରି ୧ ତାରିଖରେ ସିନ୍ଧ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୨୧ ବର୍ଷ ବୟସରୁ ସେ ଆଧ୍ୟାତ୍ମିକ କ୍ଷେତ୍ର ପ୍ରତି ଆଗ୍ରହୀ ହୋଇଥିଲେ। ସେ ୧୯୭୪ରୁ ଲଣ୍ଡନରେ ମଧ୍ୟ ୪୦ ବର୍ଷ ବିତାଇଥିଲେ। ସେ ସମସ୍ତ ସଂସ୍କୃତି ଏବଂ ବୃତ୍ତିର ବ୍ୟକ୍ତିବିଶେଷଙ୍କୁ ଏକ ଉଚ୍ଚ ଉଦ୍ଦେଶ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ଏବଂ ଏକ ଉନ୍ନତ ଜଗତର ସୃଷ୍ଟିରେ ସହଯୋଗ କରିବାକୁ ପ୍ରେରଣା ଦେଇଛନ୍ତି। ସେ ବିଶ୍ବର ୧୪୦ଟି ଦେଶରେ ବ୍ରହ୍ମା କୁମାରୀ ସଂସ୍ଥାର ପ୍ରତିଷ୍ଠା କରିଥିଲେ।

ଦାଦି ଜାନକୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି‘ ବ୍ରହ୍ମା କୁମାରୀଙ୍କ ମୁଖ୍ୟ ରାଜଯୋଗିନୀ ଦାଦି ଜାନକୀ ଜି ପରିଶ୍ରମ ସହ ସମାଜର ସେବା କରିଥିଲେ। ସେ ଅନ୍ୟମାନଙ୍କ ଜୀବନରେ ଏକ ସକାରାତ୍ମକ ପାର୍ଥକ୍ୟ ଆଣିବା ପାଇଁ ପରିଶ୍ରମ କଲେ | ମହିଳା ସଶକ୍ତିକରଣ ଦିଗରେ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ ଥିଲା। ଏହି ଦୁଃଖଦ ସମୟ ଭିତରେ ମୋର ଚିନ୍ତାଧାରା ତାଙ୍କର ଅସଂଖ୍ୟ ଅନୁଗାମୀମାନଙ୍କ ସହିତ ଅଛି | ଓମ୍ ଶାନ୍ତି।’

ସମ୍ବନ୍ଧିତ ଖବର