ବ୍ରହ୍ମସ ମାଡ଼ରେ ଯୁଦ୍ଧ ଜାହଜରେ ସୃଷ୍ଟି ହେଲା ବିରାଟ ଛିଦ୍ର, ଘଟଣା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ : ମଙ୍ଗଳବାରଦିନ ଭାରତୀୟ ନୌସେନା ପକ୍ଷରୁ କରାଯାଇଥିବା ବ୍ରହ୍ମସ ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ ଅତ୍ୟନ୍ତ ସଫଳ ରହିଥିବା ଜଣାଯାଇଛି । ମିସାଇଲଟିକୁ ନୌସେନାର ଯୁଦ୍ଦ ଜାହାଜ ଆଇଏନଏସ ଦିଲ୍ଲୀରୁ ନିକ୍ଷେପ କରାଯାଇଥିଲା ଓ ଏହାର ଟାର୍ଗେଟ୍ ଥିଲା ଏକ ପୁରୁଣା ଯୁଦ୍ଧ ଜାହାଜ । ମିସାଇଲଟି ପ୍ରାୟ ୩ ହଜାର କିଲୋମିଟର ବେଗରେ ଗତି କରି ନିଜର ଟାର୍ଗେଟକୁ ଅତ୍ୟନ୍ତ ସଠିକତାର ସହ ଭେଦ କରି ସେଥିରେ ଏକ ବିରାଟ ଛିଦ୍ର କରିଦେଇଛି ବ୍ରହ୍ମସ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମିସାଇଲରେ କୌଣସି ଓ୍ବାରହେଡ୍ ବା ବିସ୍ଫୋରକ ଖଞ୍ଜା ଯାଇନଥିଲା । ଓ୍ବାରହେଡ୍ ଖଞ୍ଜା ଯାଇଥିଲେ ତାହା ସମଗ୍ର ଜାହାଜକୁ ଧ୍ବଂସ କରିଦେଇଥାନ୍ତା । ଏହା ବ୍ରହ୍ମସ ନାଭାଲ ଭର୍ସନର ସଫଳତାର ଏକ ନୂଆ ଫର୍ଦ୍ଦ ଯୋଡିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

 

ମଙ୍ଗଳବାରଦିନ ଏହି ପରୀକ୍ଷଣ ବଙ୍ଗୋପସାଗରରେ ଉଭୟ ଭାରତୀୟ ବାୟୁସେନା ଓ ନୌସେନା ପକ୍ଷରୁ ପୃଥକଭାବେ କରାଯାଇଥିଲା । ବ୍ରହ୍ମସକୁ ଏକ ଭାରତୀୟ ବାୟୁସେନାର ଏକ ସୁଖୋଇ-ଏମକେଆଇ ବିମାନରୁ ମଧ୍ୟ ନିକ୍ଷେପ କରାଯାଇଥିଲା । ଏହା ମଧ୍ୟ ନିଜର ଲକ୍ଷ୍ୟଭେଦ କରିଥିଲା ।

ଗତ ମାର୍ଚ୍ଚ ୫ ତାରିଖରେ ମଧ୍ୟ ନୌସେନା ପକ୍ଷରୁ ବ୍ରହ୍ମସର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା । ଏହାକୁ ଆଇଏନଏସ ଚେନ୍ନାଇରୁ ସଫଳତାର ସହ ନିକ୍ଷେପ କରାଯାଇଥିଲା ଓ ଏହା ନିଜର ଟାର୍ଗେଟକୁ ଅତ୍ୟନ୍ତ ସଠିକତାର ସହ ଭେଦ କରିଥିଲା ।

 

ସମ୍ବନ୍ଧିତ ଖବର