ପାକିସ୍ତାନ ପାଖରେ ଥିବା ଚୀନର ଏହି କ୍ଷେପଣାସ୍ତ୍ରକୁ ଜବାବ ଦେବ ଭାରତର ବ୍ରହ୍ମସ୍

ନୂଆଦିଲ୍ଲୀ : ଡିଆରଡିଓ ପକ୍ଷରୁ ଆଜି ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମସର ଏକ ସମୁଦ୍ରରୁ ସମଦ୍ରକୁ ମାଡ଼ କରାଯାଇପାରୁଥିବା ନାଭାଲ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନାର ଡେଷ୍ଟ୍ରୟର ଆଇଏନଏସ ବିଶାଖାପାଟଣାରୁ ଏହାର ପରୀକ୍ଷଣ କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ପଶ୍ଚିମ ଉପକୂଳରେ ଏହାର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ କରି ଭାରତ ପକ୍ଷରୁ ପାକିସ୍ତାନକୁ ଏକ ବାର୍ତ୍ତା ଦିଆଯାଇଛି । ତାହା ହେଉଛି ପାକିସ୍ତାନ ଚୀନଠାରୁ ପାଇଥିବା ହାର୍ବିନ ଜେଡ୍-୯ ହେଲିକପ୍ଟର ଓ ଘାତକ ସିଏମ-୫୦୧ଜିଏ ଆଣ୍ଟି-ସିପ୍ ମିସାଇଲ (ଜାହଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର)ର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ । ଜେଡ-୯ ହେଲିକପ୍ଟର ଅଥବା ସିଏମ-୫୦୧ଜିଏ ଭାରତୀୟ ବ୍ରହ୍ମସଠାରୁ ବର୍ତ୍ତି ପାରିବ ନାହିଁ ।

ନିକଟରେ ଚୀନ ପକ୍ଷରୁ ପାକିସ୍ତାନକୁ ସିଏମ-୫୦୧ଜିଏ ଆଣ୍ଟି-ସିପ୍ ମିସାଇଲ (ଜାହଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର) ପ୍ରଦାନ ଲାଗି ଘୋଷଣା କରାଯାଇଛି  । ଏହି କ୍ଷେପଣାସ୍ତ୍ରକୁ ହେଲିକପ୍ଟରରୁ ନିକ୍ଷେପ କରି ଶତ୍ରୁ ପକ୍ଷର ଯୁଦ୍ଧ ଜାହାଜକୁ ଧ୍ବଂସ କରାଯାଇପାରିବ । କହିବା ବାହୁଲ୍ୟ, ପାକିସ୍ତାନ ଏସବୁ କ୍ଷେପଣାସ୍ତ୍ରକୁ ଭାରତୀୟ ଯୁଦ୍ଧ ଜାହାଜ ଉପରେ ନିକ୍ଷେପ କରିବ । କିନ୍ତୁ ବ୍ରହ୍ମସ ମାଧ୍ୟମରେ ପାକିସ୍ତାନକୁ ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଛି ।

ସମ୍ବନ୍ଧିତ ଖବର