ନୂଆଦିଲ୍ଲୀ: ଭାରତ ସୁଖୋଇ-୩୦ ପରି ଲଢ଼ୁଆ ବିମାନରୁ ଅଣୁ ଅସ୍ତ୍ର ପରିବାହୀ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ବ୍ୟାବହରିକ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ଚଳିତ ମାସର ଶେଷ ଆଡ଼କୁ ହେବାକୁ ଥିବା ଏହି ପରୀକ୍ଷଣ ସଫଳ ହେଲେ ଏହି ସମନ୍ଵିତ ସୁଖୋଇ-ବ୍ରହ୍ମୋସ୍ ପ୍ରଣାଳୀକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାଯାଇଛି। ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ସାମରିକ ପ୍ରଣାଳୀ ଶତ୍ରୁଶିବିରକୁ ଧ୍ୱଂସ କରିବାର ନିଶାଣ ରଖିବା ସହ ଆକାଶମାର୍ଗରେ ମଧ୍ୟ ବାୟୁସେନାକୁ ସୁରକ୍ଷା ଯୋଗାଇବ ବୋଲି କୁହାଯାଉଛି।
ଉଲ୍ଲେଖ ଥାଉ କି, ସୁଖୋଇ ବିମାନ ଘଣ୍ଟାକୁ ୩,୨୦୦ କିମି ବେଗରେ ଗତିକରିବାର କ୍ଷମତା ରଖିଥିବା ବେଳେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ମଧ୍ୟ ନିର୍ଭୁଲ୍ ଭାବେ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ରେକର୍ଡ ରହିଛି। ତେବେ ଶବ୍ଦଠାରୁ ଅଧିକ ବେଗରେ ଗତି କରୁଥିବା(ସୁପରସୋନିକ୍) ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ରକୁ ଏପରି ଏକ ତୀବ୍ର ଗତିସଂପନ୍ନ ଲଢ଼ୁଆ ବିମାନ ସୁଖୋଇରୁ ନିକ୍ଷେପ କରିବା ଭାରତ ପାଇଁ ପ୍ରଥମ ଘଟଣା ହେବ। ତେବେ ଏହି ଯୁଗ୍ମ ପ୍ରଣାଳୀର ସଫଳ ପରୀକ୍ଷଣ ଭାରତୀୟ ବାୟୁସେନାର ସାମରିକ ଦକ୍ଷତାକୁ ଆହୁରି ଶାଣିତ କରିବ ବୋଲି ଆଶା କରାଯାଉଛି।
ସୁଖୋଇ-୩୦ରୁ ପରୀକ୍ଷା ହେବ ବ୍ରହ୍ମୋସ୍
/sambad/media/post_attachments/wp-content/uploads/2017/11/25-Brahmos-30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)