ନିଜର ହୃତପିଣ୍ଡ ଦାନ କରି ସାଥୀ ଯବାନଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ସେନାର ଏହି ବୀର ଯବାନ

ନୂଆଦିଲ୍ଲୀ : ଭାରତୀୟ ସୈନିକ ନିଜର ଲଢୁଆପଣ ଓ ପେଶାଦାର ମନୋଭାବ ପାଇଁ ସାରା ବିଶ୍ୱରେ ପରିଚିତ । କିନ୍ତୁ ମାନବତାର ଏକ ମହାନ ନିଦର୍ଶନ ସୃଷ୍ଟି କରିଛନ୍ତି ଜଣେ ଭାରତୀୟ ଯବାନ । ନିଜର ହୃତପିଣ୍ଡ ଦାନ କରି ନିଜର ସାଥୀ ଯବାନଙ୍କ ଜୀବନ ବଞ୍ଚାଇଛନ୍ତି ।

୩୦ ବର୍ଷୀୟ ଭାରତୀୟ ଯବାନ ଏନକେ ରାଓ ହୃତପିଣ୍ଡ ଅଚଳ ହୋଇଯାଇଥିଲା । ସେ ଦିଲ୍ଲୀର ଆରଆର ହସପିଟାଲରେ ଚିକିତ୍ସିତ ହେଉଥିଲେ, କିନ୍ତୁ ବଞ୍ଚିବାର ଆଶା ନଥିଲା । କାରଣ ତାଙ୍କର ହୃତପିଣ୍ଡ ବଦଳାଯିବାର ଆବଶ୍ୟକତା ଥିଲା । ଏଥିପାଇଁ ତାଙ୍କ ତରଫରୁ ନିବେଦନ କରାଯାଇଥିଲା । ନିବେଦନର ପ୍ରାୟ ଏକ ସପ୍ତାହ ପରେ ନିଜର ଜଣେ ସାଥୀ ଯବାନଙ୍କ ଠାରୁ ତାଙ୍କୁ ଶୁଭଖବର ମିଳିଲା । ସୁଦୂର ସିଆଚେନରେ କାର୍ଯ୍ୟରତ ଥିବାବେଳେ ଗୁରୁତର ଆହତ ହୋଇ ସେନା ବେସ ହସପିଟାଲରେ ଚିକିତ୍ସିତ ହେଉଥିବା ୨୯ ବର୍ଷୀୟ ଯବାନଙ୍କୁ ଡାକ୍ତରମାନେ ବ୍ରେନଡେଡ୍‌ ଘୋଷଣା କରିଦେଇଥିଲେ । ତାଙ୍କ ପରିବାର ଲୋକଙ୍କ ସମ୍ମତି କ୍ରମେ ତାଙ୍କର ହୃତପିଣ୍ଡ କାଢି ଦିଲ୍ଲୀ ଅଣାଯାଇଥିଲା ଓ ରାଓଙ୍କ ଶରୀରରେ ଲଗାଯାଇଥିଲା । ଏହି ଅପରେସନ ସଫଳ ହେବା ପରେ ଯବାନ ଜଣକ ଏବେ ନୂଆ ଜୀବନ ପାଇଛନ୍ତି ।

ସମ୍ବନ୍ଧିତ ଖବର