ବ୍ରେକ୍‌ଜିଟ୍‌ ପ୍ରଭାବ:ୟୁରୋପୀୟ ସଂଘ ଓ ଭାରତକୁ ସମାନ ଭିସା ସୁବିଧା

ଲଣ୍ଡନ: ବ୍ରିଟେନ୍‌ରେ ବ୍ରେକ୍‌ଜିଟ୍‌ ପରବର୍ତ୍ତୀ ଭିସା ସଂସ୍କାରରେ ଭାରତୀୟମାନଙ୍କୁ ୟୁରୋପୀୟ ସଂଘର ନାଗରିକଙ୍କ ସହ ସମାନ କରି ସେହି ଆଧାରରେ ଭିସା ମଞ୍ଜୁରି ପାଇଁ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ୪୦ ବର୍ଷ ଧରି ଚାଲିଆସୁଥିବା ଭିସା ବ୍ୟବସ୍ଥାରେ ହୋଇଥିବା ଏହି ପରିବର୍ତ୍ତନ ଯଥା‌ଶୀଘ୍ର ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ଥେରେସା ମେ ଆଜି ଘୋଷଣା କରିଛନ୍ତି। ବ୍ରେକ୍‌ଜିଟ୍‌ର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ୨୦୨୧ରୁ ନୂତନ ଭିସା ନିୟମ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ବୋଲି ଜଣାପଡ଼ିଛି। ଭାରତୀୟ ପେ‌ସାଦାରମାନଙ୍କ ପାଇଁ ଏହା ଏକ ସୁଖବର ହୋଇଛି। କୁଶଳୀ ପ୍ରବାସୀଙ୍କ ପାଇଁ ‌୨୦୧୮ ସେପ୍ଟେମ୍ବରରେ ଜାରି ହୋଇଥିବା ସମସ୍ତ ଟାୟର୍‌-୨ ଭିସାରେ ମଧ୍ୟ ଅଧିକ ସୁବିଧା ଉପଲବ୍ଧ ହେବ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ପେସାଦାର ଏବଂ ସ୍ବଳ୍ପକୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ ପୂର୍ବ ଭଳି ଯେମିତି ବିନା କୌଣସି କଟକଣାରେ କାମ କରିବାକୁ ସୁ‌ଯୋଗ ମିଳୁଥିଲା, ସେଭଳି ସୁବିଧା‌ ଆଉ ମିଳିବ ନାହିଁ। ୨୦୧୯ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ୟୁରୋପୀୟ ସଂଘ ନାଗରିକମାନେ ବ୍ରିଟେନ୍‌ରେ ଅବାଧ ପ୍ରବେଶ ନେଇ ରହିଥିବା ବ୍ୟବସ୍ଥା ମଧ୍ୟ ରଦ୍ଦ ହେବ ବୋଲି ପ୍ରଧାନମନ୍ତ୍ରୀ ମେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର