ଆମେରିକା ପରେ ବ୍ରାଜିଲ ବି ଔଷଧ ଯୋଗାଇବାକୁ ଭାରତକୁ ଅନୁରୋଧ କଲା

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ହଠାତ ଭାରତୀୟ ଔଷଧର ଚାହିଦା ବଢିଯାଇଛି । କରୋନା ରୋଗୀଙ୍କ ଉପଚାର କ୍ଷେତ୍ରରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଯୋଗାଣ ପାଇଁ ଆମେରିକା ପାଇଁ ବ୍ରାଜିଲ ମଧ୍ୟ ଭାରତକୁ ଅନୁରୋଧ କରିଛି ।

ବ୍ରାଜିଲ ରାଷ୍ଟ୍ରପତି ଜେର ବଲସୋନାରୋ ମୋଦୀଙ୍କୁ ପତ୍ର ଲେଖି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଯୋଗାଣ ପାଇଁ ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ଲେଖିଛନ୍ତି ଯେ ଯେପରି ହନୁମାନ ହିମାଳୟରୁ ସଂଜୀବନୀ ଆଣି ଭଗବାନ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇଥିଲେ, ଯେପରି ଭଗବାନ ଯୀଶୁ ଲୋକମାନଙ୍କର ରୋଗ ଭଲକରିଦେଉଥିଲେ, ଠିକ ସେହିପରି ଭାରତ ଓ ବ୍ରାଜିଲ ମିଳିତଭାବେ କରୋନା ମହାମାରୀର ବିଲୋପ କରିବେ ।
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଔଷଧ ଯୋଗାଣ ପାଇଁ ମୋଦୀଙ୍କୁ ଅନୁରୋଧ କରିଥିଲେ । ତେବେ ଏହାକୁ ନେଇ କିଛିଟା ବିବାଦ ସୃଷ୍ଟି ହୋଇଥିଲା । ଟ୍ରମ୍ପଙ୍କ ଅନୁରୋଧ ପରେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ରପ୍ତାନି ଆରମ୍ଭ କରିଥିଲା ।

ତେବେ ଦେଶରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର କୌଣସି ଅଭାବ ନାହିଁ ଓ ଭବିଷ୍ୟତରେ ଏହି ଔଷଧର ଅଭାବ ଦେଖାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ସୂଚନା ଆଜି କହିଥିଲେ ।

ସମ୍ବନ୍ଧିତ ଖବର