ବରଫରେ ଫସିଥିବା ୬୮୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେ ଭାରତୀୟ ସେନା ଯବାନ

ଇଟାନଗର: ଦେଶର ଯବାନମାନେ ଦେଶ ପାଇଁ ଯାହା କରିଥାନ୍ତି ସେମାନଙ୍କ ପାଇଁ ଧନ୍ୟବାଦ ଶବ୍ଦ ହାସ୍ୟାସ୍ପଦ। କେବଳ ସେଇମାନଙ୍କ ପାଇଁ ହିଁ ସାରା ଦେଶ ସୁରକ୍ଷାର ନିଦ ଶୋଇ ପାରୁଛି। ଏପରିକି ପ୍ରାକୃତିକ ବିପର୍ଯ୍ୟାୟ ସମୟରେ ବି ସାରା ଦେଶ ସୁରକ୍ଷା ପାଉଥିବା ବେଳେ ବିପଦରେ ସୀମା ଜଗିଥାନ୍ତି ଯବାନମାନେ।

ନିକଟରେ ସେନାର ଯବାନମାନେ ୬୮୦ ଯାତ୍ରୀଙ୍କୁ ସୁରକ୍ଷାର ସହ ଉଦ୍ଧାର କରି ପୁଣି ଥରେ ବୀରତ୍ୱର ପ୍ରମାଣ ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ପୂର୍ବ କେମେଙ୍ଗ ଜିଲ୍ଲାର ସେଲା ପାସ୍‌ ନିକଟରେ ବରଫରେ ଫସିଥିବା ଏହି ଯାତ୍ରୀମାନଙ୍କୁ ଯବାନ ଉଦ୍ଧାର କରିଛନ୍ତି। ବରଫ ଜମି ଯାଇଥିବା ରାସ୍ତାରେ ପ୍ରାୟ ୩୦୦ ଗାଡ଼ି ଫସି ରହିଥିବା ବେଳେ ପାଖାପାଖି ୧୦୦ ଗାଡ଼ି ବରଫାଚ୍ଛନ୍ନ ଅଞ୍ଚଳରୁ ୫ କିଲୋମିଟର ଦୂରତାରେ ରହିଥିଲା। ପ୍ରବଳ ବରଫପାତ ହେତୁ ଗାଡ଼ି ଓ ଗାଡ଼ିରେ ଥିବା ଯାତ୍ରୀମାେନେ ବାହାରକୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା।

ଭାରତୀୟ ସେନା ସୋମବାର ଦିନ ୩.୦୦ଟା ବେଳକୁ ଅପରେସନ୍‌ ଆରମ୍ଭ କରିଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଦେଢ଼ ବର୍ଷର ଶିଶୁ ସହ ୭୨ ବର୍ଷିଅ ବୃଦ୍ଧ ବି ରହିଥିଲେ। ଉଦ୍ଧାର କରାଯିବା ପରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ େସେନା ହସ୍ପିଟାଲ୍‌କୁ ନିଆ ଯାଇଥିଲା। ଦୀର୍ଘ ୭ ଘଣ୍ଟା ଧରି ଉଦ୍ଧାରୀ କାର୍ଯ୍ୟ ଜାରି ରହିଥିଲା। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବି ସେଲା ପାସ୍‌ ଅଞ୍ଚଳରୁ ଭାରତୀୟ ସେନା ୧୨୭ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର