ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିଲେ; ୨ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ସହିଦ ହେଲେ ମେଜର କୌସ୍ତୁଭ

ନୂଆଦିଲ୍ଲୀ : ଏବେ ମେଜର କୌସ୍ତୁଭ ରାଣେଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା । ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ନେଇଥିବା ଶପଥ କୌସ୍ତୁଭ ପୂରା କରିଛନ୍ତି । କିଛି ଦିନ ପୂର୍ବରୁ ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଆତଙ୍କବାଦୀଙ୍କ ସହ ଏକ ଏନ୍‌କାଉଣ୍ଟର ହୋଇଥିଲା । ଯେଉଁଠି ଆତଙ୍କବାଦୀମାନେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା । ଏହି ଏନ୍‌କାଉଣ୍ଟରରେ ୪ଜଣ ଭାରତୀୟ ସେନାର ଯବାନ ମୃତ୍ୟୁବରଣ କରିଥିଲେ । ଏହି ୪ ଜଣଙ୍କ ମଧ୍ୟରେ ଥିଲେ କୌସ୍ତୁଭ ରାଣେ ।

indiatimes.com

ଏହି ଲଢ଼େଇରେ ରାଣେ ଜୀବନ ହାରିଲେ ସତ କିନ୍ତୁ ଅତ୍ୟନ୍ତ ସାହସୀକତାର ସହ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏହି ଖବର ମିଳିବା ସମୟରେ ତାଙ୍କ ପରିବାର ଲୋକେ କୌସ୍ତୁଭଙ୍କ ଜନ୍ମସ୍ଥାନ କୋଙ୍କଣ ଯିବାକୁ ବାହାରିଥିଲେ । ପୁଅର ମୃତ୍ୟୁ ଖବର ଶୁଣି କୌସ୍ତୁମଙ୍କ ବାପା ପ୍ରକାଶ ଏବଂ ମା’ ଜ୍ୟୋତିଙ୍କ ପାଦ ତଳୁ ମାଟି ଖସି ଯାଇଥିଲେ । କୌସ୍ତୁଭଙ୍କ ଚାକିରି କରିବା ମାତ୍ର ୬ବର୍ଷ ହୋଇଥିବା ବେଳେ ଏତେ ଶୀଘ୍ର ସେ ତାଙ୍କ ପରିବାରକୁ ଛାଡ଼ି ଚାଲିଯିବେ ବୋଲି ପରିବାର ଲୋକେ ବିଶ୍ୱାସ କରି ପାରୁ ନାହାନ୍ତି । କୌସ୍ତବଙ୍କ ପଡ଼ୋଶୀମାନଙ୍କୁ ମଧ୍ୟ ଏହି ଖବର ଶକ୍ତ ଧକ୍କା ଦେଇଛି । କୌସ୍ତୁଭ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଦେଢ଼ ବର୍ଷର ପୁଅ କୋଙ୍କଣରେ ରହୁଥିବା ଜଣାପଡ଼ିଛି । ମୁମ୍ବାଇରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତମ ସଂସ୍କାର କରାଯାଇଛି । ତେବେ ଆଜି କୌସ୍ତୁଭ ଏ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ କାମ ପାଇଁ ସେ ସମସ୍ତଙ୍କ ମନରେ ଅମର ହୋଇ ଯାଇଛନ୍ତି ।

ସମ୍ବନ୍ଧିତ ଖବର