କୁମ୍ଭୀର ମୁହଁରୁ ସାଙ୍ଗକୁ ବଞ୍ଚାଇ ଆଣିଲା ନଅବର୍ଷର ବାଳିକା

ନୂଆଦିଲ୍ଲୀ: ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀ ସାଙ୍ଗର ହେବାର କର୍ତ୍ତବ୍ୟ ପୂରା କରି ଦେଖାଇଛନ୍ତି। ଏହି ଛାତ୍ରୀଟି ନିଜ ସାଙ୍ଗର ଜୀବନ ବଞ୍ଚାଇବା ପାଇଁ କୁମ୍ଭୀର ସହିତ ସଂଘର୍ଷ କରି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଶେଷରେ ବାଳିକା କୁମ୍ଭୀର ମୁହଁରୁ ସାଙ୍ଗକୁ ବଞ୍ଚାଇ ଆଣିଥିଲେ। ଛାତ୍ରୀଙ୍କ ଏଭଳି ସାହସ ଦେଖି ଚାରିଆଡୁ ପ୍ରଶଂସାର ସୁଅ ତାଙ୍କ ପାଖକୁ ଛୁଟି ଆସୁଛି।

ଆଶ୍ଚର୍ଯ୍ୟର କଥା ହେଉଛି କୁମ୍ଭୀର ସହିତ ସଂଘର୍ଷ କରି ସାଙ୍ଗକୁ ବଞ୍ଚାଇଥିବା ବାଳିକାଙ୍କ ଶରୀରରେ ସାମାନ୍ୟ ଆଘତଟିଏ ବି ଲାଗିନାହିଁ। ଯାହାଙ୍କୁ କୁମ୍ଭୀର ଧରି ନେଇଥିଲା ସେହି ପିଲାଟି ଗୁରୁତର ଭାବେ ଆହତ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଏହି ଘଟଣାଟି ଜିମ୍ବାେଓ୍ଵର ବୋଲି କୁହାଯାଉଛି। ସିଣ୍ଡ୍ରୋଲା ଗ୍ରାମର ନଅବର୍ଷର ଲାଟୋୟା ମୁବାନି ନିଜର ସାଙ୍ଗ ରେବେକା ସହିତ ନଦୀରେ ପହଁରୁ ଥିଲେ। ଏହି ସମୟରେ ଏକ ବଡ଼ କୁମ୍ଭୀର ହାବୁଡରେ ଲାଟୋୟା ପଡ଼ିଯାଇଥିଲେ। ଯେତେବେଳେ କୁମ୍ଭୀରଟି ଲାଟେୟାଙ୍କ ହାତ ଓ ଗୋଡକୁ ଧରି ଟାଣି ନଦୀ ଭିତରକୁ ନେବାକୁ ଚେଷ୍ଟା କରୁଥିଲା ଏହି ସମୟରେ ସାଙ୍ଗ ରେବେକା ମୁକୋମ୍ବେ କୁମ୍ଭୀର ଉପରେ ପାଲଟା ଆକ୍ରମଣ କରି ତାର ଆଖିକୁ ଗୋଇଠାଟେ ପକାଇଥିଲେ। ଆଖିରେ ଆଘାତ ଲାଗିବା ପରେ କୁମ୍ଭୀରଟି ଲାଟେୟାକୁ ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର