ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ୍ ବିଭାଗର ଜଣେ ସବ୍-ଇନ୍ସ୍ପେକ୍ଟର ନିଜର ସାହସିକତା ପାଇଁ ଏବେ ଚାରି ଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ମେ ୩ ତାରିଖରେ ଗ୍ରେଟର୍ ନୋଇଡ଼ାର ଏକ ଘରେ ଏଲ୍ପିଜି ସିଲିଣ୍ଡର୍ ଫାଟି ନିଆଁ ଲାଗିଯିବା ପରେ ଅଖିଳେଶ କୁମାର ଦିକ୍ଷିତ ନାମକ ସବ୍-ଇନ୍ସ୍ପେକ୍ଟର ଘଟଣାସ୍ଥଳରେ ଦେବଦୂତ ସାଜି ପହଞ୍ଚିଥିଲେ।
ଅପରାହ୍ନ ପ୍ରାୟ ୩.୧୫ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ପହଞ୍ଚିଲା ବେଳକୁ ଘର ଚାରି ପଟେ ଲୋକ ଘେରି ରହିଥିଲେ। ଘେରି ରହିଥିବା ଲୋକମାନଙ୍କ ଭିତରେ କେହି ଜଣେ ସୂଚନା ଦେଇଥିଲା ଯେ ନିଆଁ ଲାଗିଥିବା ଘର ଭିତରେ ଆହୁରି ୨ଟି ଏଲ୍ପିଜି ରହିଛି।
Real Hero: Bilaspur Chowki incharge Akhilesh Dixit demonstrated extreme valour and safely fished out two LPG cylinders from a house where a fire broke out in Greater Noida. Averted a tragedy. See tears of joy on houseowner's face. This cop should be honoured. pic.twitter.com/rWVpZ4A0QO
— Shafaque Alam (@shafaquealam) May 3, 2019
ସେହି ସମୟରେ ସାହସୀ ଅଖିଳେଶ ଘର ଭିତରକୁ ଧାଇଁ ଯାଇଥିଲେ। ଘର ଭିତରକୁ ଯାଇ ନିଆଁ ଭିତରୁ ଏଲ୍ପିଜି ଗ୍ୟାସ୍କୁ ଟାଣି ବାହାରକୁ ନେଇ ଆସିଥିଲେ। ଅଖିଳେଶଙ୍କର ଏପରି ସାହସ ହେତୁ ତାଙ୍କୁ ଚାରିଆଡ଼େ ବାହା ବାହା ପ୍ରଶଂସା ମିଳୁଛି। ସେ ଏପରି କରିନଥିଲେ ହୁଏତ ନିଆଁ ଆହୁରି ଜୋର୍ ବ୍ୟାପି ଯାଇଥାନ୍ତା।