ନୂଆଦିଲ୍ଲୀ : ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ବ୍ରାଜିଲ ରାଷ୍ଟ୍ରପତି ଜୈର ବଲସୋନାରୋ ହେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି କରିବାକୁ ଚାହୁଁଥିଲେ। କିନ୍ତୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଟ୍ରମ୍ପ ଆସିବା ସମ୍ଭବ ହୋଇପାରି ନାହିଁ। ତେଣୁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି କରିବାରେ ମୋଦୀଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଚଳିତବର୍ଷ ଜାନୁଆରିରେ ବ୍ରାଜିଲ ରାଷ୍ଟ୍ରପତି ଭାବେ ବଲସୋନାରୋ ଦାୟିତ୍ବ ଗ୍ରହଣ କରିଛନ୍ତି। ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ସାଧାରଣତନ୍ତ୍ର ଦିବସ ଆସନ୍ତବର୍ଷ ପାଳନ ହେବାକୁ ଥିବାବେଳେ ଏଥିରେ ବ୍ରାଜିଲ ରାଷ୍ଟ୍ରପତି ମୁଖ୍ୟ ଅତିଥି ହେବେ। ଏଥିପାଇଁ ଭାରତ ଏବଂ ବ୍ରାଜିଲରେ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।
ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି
/sambad/media/post_attachments/wp-content/uploads/2019/11/Jair-Bolsonaro-1132x670-740x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)