ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜେଆର ବୋଲ୍ସନାରୋ ୭୧ ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି। ୬୪ ବର୍ଷୀୟ ବୋଲ୍ସନାରୋ ଆଜି ଭାରତରେ ଆସି ପହଞ୍ଚିଛନ୍ତି। ବ୍ରାଜିଲ୍ର ତୃତୀୟ ରାଷ୍ଟ୍ରପତି ଭାବେ ସେ ଭାରତର ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ। ପୂର୍ବରୁ ବ୍ରାଜିଲ୍ର ଅନ୍ୟ ଦୁଇ ଜଣ ରାଷ୍ଟ୍ରପତି ଭାରତକୁ ନିମନ୍ତ୍ରିତ ହୋଇ ଆସିଥିଲେ। ବୋଲସନାରୋଙ୍କର ଏହା ଭାରତକୁ ପ୍ରଥମ ଗସ୍ତ ଏବଂ ସେ ଭାରତରେ ୪ ଦିନ କଟାଇବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ମଧ୍ୟ ବୋଲସନାରୋ ଆଲୋଚନା କରିବେ। ବୋଲସନାରୋଙ୍କୁ ଆଜି ପାଲମ ବିମାନବନ୍ଦରରେ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲିଧରନ ସ୍ବାଗତ କରି ପାଛୋଟି ନେଇଥିଲେ।।
ଭାରତ ପହଞ୍ଚିଲେ ବ୍ରାଜିଲ ରାଷ୍ଟ୍ରପତି
/sambad/media/post_attachments/wp-content/uploads/2020/01/brazil_president_660_210120034802.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)