ସାଓ ପଲୋ : ବ୍ରାଜିଲ୍ ରାଷ୍ଟ୍ରପତି ଜେଆର୍ ବଲ୍ସୋନାରୋଙ୍କ ପତ୍ନୀ ଏବଂ ତାଙ୍କର ଜଣେ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏକ ସରକାରୀ ବିବୃତି ଜାରି କରି ଏହା ସ୍ପଷ୍ଟ କରାଯାଇଛି। ବଲ୍ସୋନାରୋ କରୋନା ଭାଇରସ୍ରୁ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କ ଟେଷ୍ଟ୍ ରିପୋର୍ଟ୍ ନେଗେଟିଭ୍ ଆସିଛି ବୋଲି ଘୋଷଣା ହେବାର ମାତ୍ର କିଛି ଦିନ ପରେ ବଲ୍ସୋନାରୋଙ୍କ ପତ୍ନୀ ମିସେଲ୍ କରୋନା ସଂକ୍ରମିତ ହୋଇଛନ୍ତି। ମିସେଲ୍ ବଲ୍ସୋନାରୋ ଗୁରୁବାର କରୋନା ଟେଷ୍ଟ୍ କରିଥିବା ବେଳେ ତାଙ୍କ ରିପୋର୍ଟ୍ ପଜିଟିଭ୍ ଆସିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଲ୍କୁଲ୍ ଠିକ୍ ଥିବା କୁହାଯାଉଛି। ଅନ୍ୟପକ୍ଷେ ବ୍ରାଜିଲ୍ର ବିଜ୍ଞାନ ଏବଂ ଜ୍ଞାନକୌଶଳ ମନ୍ତ୍ରୀ ମାର୍କସ୍ ପଣ୍ଟ୍ସ କରୋନା ସଂକ୍ରମିତ ହୋଇଛନ୍ତି। ବଲ୍ସୋନାରୋ ସରକାରରେ ସେ ପଞ୍ଚମ ମନ୍ତ୍ରୀ ଭାବେ କରୋନା ସଂକ୍ରମିତ ହୋଇଛନ୍ତି।
ବ୍ରାଜିଲ୍ ରାଷ୍ଟ୍ରପତି ବଲ୍ସୋନାରୋଙ୍କ ପତ୍ନୀଙ୍କୁ କରୋନା
/sambad/media/post_attachments/wp-content/uploads/2020/08/brazil.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)