ବ୍ରାସିଲିଆ: ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରବଳ କ୍ଷତି ଘଟିଛି। ଏହାଯୋଗୁଁ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଚାଲୁ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ରିଓ ଡି ଜେନେରୋର ଗଭର୍ଣ୍ଣର୍ କହିଛନ୍ତି। ଏହି ଅଘଟଣର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୧ରେ ଏହି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୪ ଘର ନଷ୍ଟ ହୋଇଛି, ୪୦୦ ପରିବାର ଗୃହଶୂନ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲୋକଙ୍କ ଶବ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। କିଛି ଅଞ୍ଚଳରେ ଘରଗୁଡିକ ମାଟି ତଳେ ଧସି ରହିଯାଇଛି। କିଛି ଅଞ୍ଚଳକୁ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ପହଞ୍ଚି ପାରିନାହାନ୍ତି। ରିଓ ଡି ଜେନେରୋର ଗଭର୍ଣ୍ଣର୍ କ୍ଲାଡିଓ କାଷ୍ଟ୍ରୋ କହିଛନ୍ତି, ବର୍ତ୍ତମାନ ଭୂସ୍ଖଳନ ଅଞ୍ଚଳରେ ଯୁଦ୍ଧ ପରି ପରିସ୍ଥିତି ହୋଇଛି। ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ କାର୍ ଗୁଡିକ ଖମ୍ଵରେ ଲାଗିଯାଇଥିଲା। ଘଟଣାସ୍ଥଳ କାଦୁଅ ଓ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି।
/sambad/media/post_attachments/wp-content/uploads/2022/02/A5.jpg)
ପେଟ୍ରୋପୋଲିସ୍ ସହରର ଜଣେ ନାଗରିକ କହିଛନ୍ତି, ଆମେ ଏପରି ବନ୍ୟାର କେବେ କଳ୍ପନା କରି ନଥିଲୁ। ଅଧିକାରୀମାନେ ସମସ୍ତ ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ କହିଛନ୍ତି। ମଙ୍ଗଳବାର ମେଟ୍ରୋପୋଲିସରେ ମାତ୍ର ୩ ଘଣ୍ଟାରେ ୧୦ ଇଞ୍ଚରେ ବର୍ଷା ହୋଇଛି। ସମାନ ୧୦ ଇଞ୍ଚ ପରିମାଣର ବର୍ଷା ଶେଷ ୩୦ ଦିନରେ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/A4.jpg)