ବିମାନ ଦୁର୍ଘଟଣାର ୧୧ଦିନ ‌ପରେ ଆରବ ସାଗରରୁ ଉଦ୍ଧାର ହେଲା ପାଇଲଟ କମାଣ୍ଡର ନିଶାନ୍ତଙ୍କ ମୃତଦେହ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ୨୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ବେଳେ ତାଲିମ ନିମନ୍ତେ ଉଦ୍ଦିଷ୍ଟ ଏକ ‘ମିଗ୍‌-୨୯କେ’ ବିମାନ ଆରବ ସାଗରରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଥିବା ଜଣେ ପାଇଲଟ୍‌ଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ପାଇଲଟ କମାଣ୍ଡର ନିଶାନ୍ତ ସିଂହଙ୍କର କୌଣସି ପତ୍ତା ମିଳି ନଥିଲା। ଦୁର୍ଘଟଣା ଦିନଠାରୁ ତାଙ୍କୁ ଖୋଜିବା ପାଇଁ ନୌସେନା ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ପାଇଲଟ କମାଣ୍ଡର ନିଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାର ୧୧ଦିନ ପରେ ଆରବ ସାଗରର ୭୦ମିଟର ଗଭୀରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।

Breaking: MiG-29K pilot Commander Nishant Singh body located in the Arabian Sea, after 11 days
seelatest.com

ଉଲ୍ଲେଖଯାଗ୍ୟ, ୨୦୨୦ ନଭେମ୍ବର ୨୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ବେଳେ ସମୁଦ୍ର ଉପରେ ଉଡ଼ାଣ କରୁଥିବା ତାଲିମ ନିମନ୍ତେ ଉଦ୍ଦିଷ୍ଟ ଏକ ‘ମିଗ୍‌-୨୯କେ’ ବିମାନ ସମୁଦ୍ର ମଧ୍ୟକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ପାଇଲଟ୍‌ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ପାଇଲଟ୍ ନିଶାନ୍ତଙ୍କ ଲାଗି ଆକାଶ ଓ ସାମୁଦ୍ରିକ ୟୁନିଟ୍‌ ତଲାସ ଅଭିଯାନ ଆରମ୍ଭ କରିଥିଲେ। ଏହା ସହ ଦୁର୍ଘଟଣାର ତଦନ୍ତ ଲାଗି ଆଦେଶ ଦିଆଯାଇଥିଲା।

ଦୀର୍ଘ ୧୧ଦିନ ଧରି ପାଇଲଟ ନିଶାନ୍ତଙ୍କୁ ଖୋଜାଯିବା ପରେ ଆଜି ତାଙ୍କର ମୃତଦେହ ମିଳିଛି। ମିଗ୍‌-୨୯ ବିମାନ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ରୁ ଚଳାଚଳ କରେ। ନିକଟରେ ଶେଷ ହୋଇଥିବା ମାଲାବାର ସମରାଭ୍ୟାସରେ ମିଗ୍‌-୨୯ ବିମାନ ସବୁ ଉତ୍ତମ ସମର କୌଶଳ ପ୍ରଦର୍ଶନ କରିଥିଲେ। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଏଥିରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର