ଲିଙ୍ଗଗତ ଭେଦଭାବକୁ ଦୂର ପାଇଁ ଭିନ୍ନ ପ୍ରୟାସ : ବର ବେଶରେ ଘୋଡ଼ା ଚଢ଼ିଲେ ବଧୂ

ନଓ୍ଵଲଗଡ଼ : ବିବାହ ପୂର୍ବରୁ ଅନେକ ପ୍ରକାରର ରୀତିନୀତି ସଂପନ୍ନ ହୋଇଥାଏ । ପୁଣି ସବୁ ସଂପ୍ରଦାୟର ଅଲଗା ଅଲଗା ପ୍ରଥା-ପରମ୍ପରା ରହିଥାଏ । ସବୁ ସଂପ୍ରଦାୟର ଲୋକ ଏହି ରୀତିନୀତିକୁ ଅଲଗା ଭାବରେ ପାଳନ କରି ଥାଆନ୍ତି । ରାଜସ୍ଥାନରେ ଥିବା ଝୁନ୍‌ଝୁନ୍‌ ଜିଲ୍ଲାରେ ଏକ କୌତୁହଳପ୍ରଦ ପରମ୍ପରା ଦେଖିବାକୁ ମିଳେ, ଯେଉଁଠି ବର ବେଶରେ ଘୋଢ଼ା ଚଢ଼େ ବଧୂ । ଲିଙ୍ଗଗତ ଭେଦଭାବକୁ ଦୂର କରିବା ପାଇଁ ସେମାନେ ଏଭଳି ଏକ ଭିନ୍ନ ପ୍ରୟାସ କରିଛନ୍ତି ବୋଲି ବଧୂ ନେହା ଖିଚ୍ଚରଙ୍କ ମା’କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହି ପରମ୍ପରାକୁ ସେଠାକାର ଭାଷାରେ ବନ୍ଦୁରୀ ବୋଲି କୁହାଯାଇଥାଏ । ଆଗକୁ ବିବାହ ଥିବାରୁ ନେହାଙ୍କୁ ଏହି ପରମ୍ପରା ପାଳନ ପାଇଁ କହିଥିଲୁ ।

Daily Post India

ଏଥିରେ ବଧୂ ବର ବେଶରେ ଘୋଡ଼ା ଚଢ଼ିଥାଏ । ଲିଙ୍ଗ ଗତ ଭେଦଭାବକୁ ଦୂର କରିବାକୁ ଯାଇ ଆମେ ଏହି ପ୍ରୟାସ କରିଛୁ ବୋଲି ନେହାଙ୍କ ମା’ କହିଛନ୍ତି । ଏହି ପ୍ରଥା ପାଳନ କରି ପୁଅ ଏବଂ ଝିଅ ସମାନ ବୋଲି ଆମେ ଜଣାଇବାକୁ ଚେଷ୍ଟା କରିଛୁ । ଯେମିତି ବରକୁ ଘୋଡ଼ାରେ ବସାଇ ବନ୍ଦୁରୀ ରୀତି କରାଯାଇଥାଏ, ସେଭଳି ଭାବରେ ଆମେ ବଧୂକୁ ଘୋଡ଼ାରେ ବସାଇ ଏହି ରୀତି କରିଥିଲୁ ବୋଲି ନେହାଙ୍କ ଭଉଣୀ ମତ ରଖିଛନ୍ତି । ସୂଚନା ମୁତାବକ, ନେହା ଖୀଚ୍ଚର ଆଇଆଇଟିରୁ ପଢ଼ି ଏବେ ମଥୁରା ରିଫାଇନାରିରେ କାମ କରୁଛନ୍ତି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର