ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍-୦୬ ଉପଗ୍ରହ ପଠାଇଥିବା ରଙ୍ଗିନ ଚିତ୍ରକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ ପ୍ରଯୁକ୍ତିବିଦ୍ୟା ଜଗତରେ ଏହି ଅଗ୍ରଗତି ବାତ୍ୟାର ପୂର୍ବାନୁମାନ କରିବାରେ ସହାୟକ ହେବ ଏବଂ ଉପକୂଳ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି- ‘ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍-୦୬ ଉପଗ୍ରହର ଚମତ୍କାର ଚିତ୍ରକୁ ଆପଣ ଏବେ ଦେଖିଛନ୍ତି କି? ଗୁଜୁରାଟର କିଛି ସୁନ୍ଦର ଚିତ୍ର ସେୟାର କରୁଛି । ମହାକାଶ ପ୍ରଯୁକ୍ତିବିଦ୍ୟା ଜଗତରେ ଏହି ଅଗ୍ରଗତି ଆମକୁ ବାତ୍ୟାର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ ଏବଂ ଆମର ଉପକୂଳ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।’
Have you come across breathtaking images from the recently launched EOS-06 satellite? Sharing some beautiful images of Gujarat. These advances in the world of space technology will help us to better predict cyclones and promote our coastal economy too. @isro pic.twitter.com/JD6eu7JzOK
— Narendra Modi (@narendramodi) December 2, 2022