ବିଧାୟକଙ୍କୁ ଲାଞ୍ଚ ଯାଚିବା ମାମଲା:ଏସଆଇଟି ତଦନ୍ତ ନିର୍ଦ୍ଦେଶ

ବେଙ୍ଗାଲୁରୁ: ଶାସକ କଂଗ୍ରେସ ଓ ଜେଡିଏସ ମେଣ୍ଟରୁ ବିଧାୟକ କିଣିବା ପ୍ରକ୍ରିୟାକୁ ସହଜ କରିବା ଲାଗି ବାଚସ୍ପତି କେ ଆର ରମେଶ କୁମାରକୁ ଜଣେ ବିଜେପି ଏମଏଲଏ ୫୦ କୋଟି ଟଙ୍କା ଲାଞ୍ଚ ଯାଚିବା ମାମଲା ଏବେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ଅଡିଓ ରେକର୍ଡିଂର ଏସଆଇଟି ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେବାକୁ କର୍ଣ୍ଣାଟକ ବାଚସ୍ପତି କହିବା ପରେ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ୧୫ ଦିନ ମଧ୍ୟରେ ଦେବା ଲାଗି କୁହାଯାଇଛି। ଗତ ୮ ତାରିଖରେ କୁମାରସ୍ବାମୀ ଏ ସଂକ୍ରାନ୍ତ ଦୁଇଟି ଅଡିଓ କ୍ଲିପ୍ ଜାରି କରିଥିଲେ। ଜେଡିଏସ ବିଧାୟକ ନାଗାନାଗୌଡ଼ କାଣ୍ଡାକୁରଙ୍କୁ କିଭଳି ବିଜେପି ନେତାମାନେ ପ୍ରବର୍ତ୍ତାଉଛନ୍ତି ତାହା ଏହି ଅଡିଓ କ୍ଲିପରେ ରହିଛି। ଗୋଟିଏ କ୍ଲିପରେ ଜେଡିଏସ ବିଧାୟକଙ୍କ ପୁଅ ଶ୍ରୀ କାଣ୍ଡାକୁରଙ୍କ ପୁଅଙ୍କ ସହିତ ବିଜେପି ରାଜ୍ୟ ମୁଖ୍ୟ ବି ଏସ ୟ୍ୟେଦୁରପ୍ପା ଓ ଅନ୍ୟ ଜଣେ ବିଧାୟକ ଡି ଏସ ନାୟକ କିଭଳି କଥା ହୋଇଥିଲେ ତାହା ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର