ନୂଆଦିଲ୍ଲୀ : ବ୍ରାଜିଲ, ଭାରତ, ଋଷିଆ,ଚୀନ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ସଂଗଠନର ୧୩ତମ ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସାନାରୋ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜେର୍ ବୋଲସାନାରୋ ଯୋଗ ଦେଇଥିଲେ । ଏଥିରେ ଉଦବୋଧନ ଦେଇ ମୋଦୀ ବ୍ରିକ୍ସ ଦେଶମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ।
ଏହି ସମ୍ମିଳନୀରେ ମିଳିତଭାବେ ଆତଙ୍କବାଦର ମୁକାବିଲା, କୋଭିଡ ମୁକାବିଲା, ଜାତିସଂଘର ସଂସ୍କାର, ଆଫଗାନରେ ଶାନ୍ତି ପ୍ରତିଷ୍ଠାକୁ ନେଇ ସହମତି ହୋଇଛି । ଆତଙ୍କବାଦର ମୁକାବିଲା ପାଇଁ ଏକ ଆକ୍ସନ ପ୍ଲାନକୁ ବୈଠକରେ ମଂଜୁରୀ ମିଳିଛି । ଋଷିଆ ରାଷ୍ଟ୍ରପତି ପୁଟିନ ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।
ସମ୍ମିଳନୀ ପରେ ଜାରି ନୂଆଦିଲ୍ଲୀ ଘୋଷଣାପତ୍ରରେ ଆଫଗାନିସ୍ତାନରେ ଚାଲିଥିବା ହିଂସାର ଅବସାନ ପାଇଁ ଆହ୍ବାନ ଦିଆଯାଇଛି । ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନ, ଦେଶରେ ଆଇନ ଶୃଙ୍ଖଳା ସ୍ଥାପନ ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଆତଙ୍କବାଦୀ ସଂଗଠନଗୁଡ଼ିକ ଯେପରି ଆଫଗାନ ମାଟିକୁ ବ୍ୟବହାର ନ କରନ୍ତି ସେ ଦିଗରେ କାମ କରିବାକୁ ବ୍ରିକ୍ସ ରାଷ୍ଟ୍ରମାନେ ରାଜି ହୋଇଛନ୍ତି ।