ଫିରୋଜାବାଦ୍‌: ବିବାହ ଏକ ବିଶ୍ବାସର ବନ୍ଧନ। ଥରେ ବିଶ୍ବାସ ଭାଙ୍ଗିଗଲେ ବିବାହ ଭାଙ୍ଗିବା ଥୟ। ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କାରଣ ଏଠାରେ ମାତ୍ର ବିବାହର ୨ ଦିନ ମଧ୍ୟରେ ହିଁ ଭାଙ୍ଗିଯାଇଛି ଏକ ବାହାଘର। ବାହାଘରର ଦୁଇ ଦିନ ମଧ୍ୟରେ ହିଁ ପତ୍ନୀ ତାଙ୍କ ନବବିବାହିତ ସ୍ବାମୀଙ୍କ ସହ ନରହି ବାପଘରକୁ ଚାଲି ଯାଇଛନ୍ତି। ପରିବାର ଲୋକ ତାଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ସେ ମାନିଲେ ନାହିଁ। ଶେ‌ଷରେ ଶଶୁରଘର ଲୋକଙ୍କୁ ଯୌତୁକ ସାମଗ୍ରୀ ମଧ୍ୟ ଫେରାଇବାକୁ ପଡ଼ିଲା।

Advertisment

ସୂଚନା ରହିଛି ଯେ ଫିରୋଜାବାଦ୍‌ ଅଞ୍ଚଳର ଜଣେ ନଳକୂପ ଅପରେଟର୍‌ ୪ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ଥିଲେ। ଯୁବତୀଙ୍କୁ ସେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ ବିବାହ କରୁନଥିଲେ। ଯେତେବେଳେ ସେ ଅନ୍ୟତ୍ର ବିବାହ କରିଛନ୍ତି ବୋଲି ଯୁବତୀ ଜଣକ ଜାଣିବାକୁ ପାଇଲେ ତ ସେ ସିଧା ଯାଇ ତାଙ୍କ ପ୍ରେମିକଙ୍କ ଘରେ ପହଞ୍ଚିଲେ। ନ‌ଭେମ୍ବର ୨୬ ତାରିଖରେ ସେ ବିବାହ କରିଥିବା ବେଳେ ୨୮ ତାରିଖ ଦିନ ତାଙ୍କ ଘ‌ରେ ପହଞ୍ଚିଗଲେ ନବବିବାହିତ ଯୁବକଙ୍କ ପୂର୍ବ ପ୍ରେମିକା। ତାପ‌ରେ ଆରମ୍ଭ ହୋଇଗଲା ଲଙ୍କାକାଣ୍ଡ।

ନବବିବାହିତା ପତ୍ନୀ ଯେତେବେଳେ ସ୍ବାମୀଙ୍କୁ ଛାଡ଼ି ବାପଘରକୁ ଚାଲିଗଲେ ତ ସ୍ବାମୀଙ୍କ ପୂର୍ବ ପ୍ରେମିକା ଆସି ତାଙ୍କ ଘରେ ଜବରଦସ୍ତ ପଶିବାକୁ ଲାଗିଲେ। ଜାଣିବାକୁ ମିଳିଛି ଯେ ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ବୁଝାଇସୁଝାଇ ଘରକୁ ଆଣିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଛନ୍ତ। ଓଲଟା ତାଙ୍କୁ ଯୌତୁକ ବାବଦରେ ନେଇଥିବା ୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଫେରାଇବାକୁ ପଡ଼ିଛି।