ମୁରାଦାବାଦ : ବିବାହ ପରେ କନ୍ୟାକୁ ନେଇ ଘରକୁ ଫେରୁଥିବା ବେଳେ ଅଧା ରାସ୍ତାରେ ବର ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ମୁରାଦାବାଦରେ ଘଟିଛି। ବର ନିଜ ଟାଇକୁ ବେକରେ ବାନ୍ଧି ଗଛରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଗତ ସୋମବାର ଦିନ ବିବାହ ପରେ ବର କନ୍ୟା ଘରକୁ ଫେରିବା ସମୟରେ ଏଭଳି ଘଟଣା ଘଟିଛି । ଘରକୁ ଫେରିବା ବାଟରେ ଏକ ଢାବାରେ କାର୍ ଅଟକାଇ ଚା’ ପିଇଥିଲେ ସମସ୍ତେ । ଢାବାରେ ଖାଇବା ଅର୍ଡର ଦେଇ ଶୌଚ ହେବା ବାହାନାରେ ବର ବାହାରକୁ ପଳାଇଥିଲେ। ଏହାପରେ ଆଉ ସେ ଫେରିନଥିଲେ । ଘର ଲୋକ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ତାଙ୍କୁ ପାଇନଥିଲେ। ପର ଦିନ ପୁଲିସ ଉକ୍ତ ଢାବାଠାରୁ ଦୁଇ କିଲୋମିଟର ଦୂରରୁ ଉକ୍ତ ଯୁବକଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା।
ଉତ୍ତର ପ୍ରଦେଶର ମୁରାଦାବାଦରେ ବିବାହ ପରେ ବର କଲେ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/12/suicide-ff.jpg)
/sambad/media/agency_attachments/2024-07-24t043029592z-sambad-original.webp)