ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୌରେ ହସଖୁସିରେ ବିବାହ ଚାଲିଥିବା ବେଳେ ଏମିତି ଏକ ଘଟଣା ଘଟିଥିଲା, ଯେଉଁ କାରଣରୁ ଉକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା। ଏଭଳି ଏକ ଘଟଣା ମଲିହାବାଦ ଅଞ୍ଚଳର ଭଦବାନା ଗ୍ରାମରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ରାଜପାଳଙ୍କ ଝିଅ ଶିବାଙ୍ଗୀଙ୍କ ବିବାହ ଭୋଜି ଚାଲିଥିଲା। ବରଯାତ୍ରୀ ବି ଆସି ଘରେ ପହଞ୍ଚି ଯାଇଥିଲେ।
ବିବାହ ଭୋଜିରେ ସାମିଲ ଥିବା ସମସ୍ତଲୋକଙ୍କ ମୁହଁରେ ଖୁସି ଭରି ଯାଇଥିଲା। ଲୋକେ ବିବାହ ଭୋଜି ଖାଇ ବରମାଳା ଦେଖିବା ପାଇଁ ମଞ୍ଚ ପାଖରେ ଆସି ରୁଣ୍ଡ ହୋଇଥିଲେ। ଏହାପରେ ବର-ବଧୂ ମଞ୍ଚ ଉପରେ ଛିଡ଼ା ହୋଇଥିଲେ। ବର ବିବେକ କନ୍ୟା ଶିବାଙ୍ଗୀଙ୍କୁ ବରମାଳା ଦେଇଥିଲେ। ଏହାପରେ ଶିବାଙ୍ଗୀ ବିବେକଙ୍କୁ ବରମାଳା ପିନ୍ଧାଇବା ପାଇଁ ମଞ୍ଚରେ ଛିଡ଼ା ହୋଇଥିବା ବେଳେ ହଠାତ ସେ ଟଳି ପଡ଼ିଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଶିବାଙ୍ଗୀଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ଶିବାଙ୍ଗୀଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଛି। ଏହି ଘଟଣାପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା। ଦୁଇ ପରିବାର ଓ ବନ୍ଧୁବାନ୍ଧଙ୍କ କାନ୍ଦରେ ବିବାହ ମଣ୍ଡପ ଫାଟି ପଡ଼ୁଥିଲା। ସେପଟେ ବର ବିବେକ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।
ଏହାପୂର୍ବରୁ ରାଜସ୍ଥାନର ପାଲି ଜିଲ୍ଲାରୁ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ଶାଳିର ବିବାହରେ ନୃତ୍ୟ କରୁଥିବା ବେଳେ ଭିଣୋଇଙ୍କର ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/c68b6e4b-9d22-4b34-bdc2-61e72c8f19df.jpg)