ଗ୍ରେଟର ନୋଏଡା: ଚତୁର୍ଥୀ ରାତିରେ ପେଟ କାଟିବାରୁ ଡାକ୍ତରଖାନା ନେଲେ ସ୍ବାମୀ। ୭ମାସର ଛୁଆକୁ ଜନ୍ମ ଦେଲେ ନବବିବାହିତା ସ୍ତ୍ରୀ। ଗ୍ରେଟର ନୋଏଡାରେ ଘଟିଛି ଏଭଳି ଅଜବ ଘଟଣା। ଗ୍ରେଟର ନୋଏଡାରେ ସୋମବାର ଜଣେ ବ୍ୟକ୍ତିଙ୍କର ବିବାହ ହୋଇଥିଲା। ଏହା ପରେ ଚତୁର୍ଥୀ ରାତିରେ ନବବିବାହିତା ଯୁବତୀଙ୍କ ପେଟରେ ହଠାତ୍ ଯନ୍ତ୍ରଣା ହେବାକୁ ଲାଗିଲା। ଯନ୍ତ୍ରଣା ବଢ଼ିବାରୁ ଶାଶୁଘର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନା ନେବା ପରେ ସେଠାରେ ସେ ଜାଣିବାକୁ ପାଇଲେ ଯେ କାଲି ଘରକୁ ବିବାହ କରି ଆସିଥିବା ବୋହୂ ୭ମାସର ଗର୍ଭବତୀ ଅଛନ୍ତି। ଏହା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। କେବଳ ଏତିକି ନୁହେଁ, ଡାକ୍ତରଖାନା ନେବାର ପରଦିନ ନବବିବାହିତା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଗତ ସୋମବାର, ଗ୍ରେଟର ନୋଏଡାର ଥାନା ଦନକୌରରେ ଥିବା ଏକ ଗାଁରେ ରହୁଥିବା ଜଣେ ବ୍ୟକ୍ତି ସିକନ୍ଦରାବାଦର ଜଣେ ଯୁବତୀକୁ ବିବାହ କରିଥିଲେ। ବିବାହ ପରେ କନ୍ୟା ବିଦା ହୋଇ ଶାଶୁ ଘରେ ପହଞ୍ଚିଥିଲା। ଏହା ପରେ ଚତୁର୍ଥୀ ସମୟରେ ନବବିବାହିତା ପେଟରେ ହଠାତ୍ ପ୍ରବଳ ଯନ୍ତ୍ରଣା ଅନୁଭବ କଲେ। ଶାଶୁ ଘର ଲୋକେ ଭୟଭୀତ ହୋଇ ଶୀଘ୍ର ତାଙ୍କୁ ଦନକୌରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ନବବିବାହିତା ୭ମାସର ଗର୍ଭବତୀ ଥିବା ସାମ୍ନାକୁ ଆସିଥିଲା। ଡାକ୍ତରଖାନା ଯିବା ପରଦିନ ନବବିବାହିତା ଶିଶୁକନ୍ୟାକୁ ଜନ୍ମ ଦେବାରୁ ଶାଶୁଘର ଲୋକେ ଝିଅ ସହ ବୋହୂକୁ ତାଙ୍କ ବାପ ଘରକୁ ପଠାଇ ଦେଇଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ବର ପକ୍ଷରୁ ପୁଲିସକୁ କୌଣସି ଅଭିଯୋଗ ଦିଆଯାଇ ନାହିଁ। କୁହାଯାଉଛି ଯେ, କନ୍ୟାର ପରିବାର ସଦସ୍ୟ ଝିଅ ଗର୍ଭବତୀ ଥିବା କଥା ପୁଅମାନଙ୍କଠାରୁ ଲୁଚାଇ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/t-156.jpg)