ବେଦୀରେ ବର ଅପେକ୍ଷା କରିଥିବା ବେ‌ଳେ ଲିଫ୍ଟରେ ଫସି ଅଣନିଶ୍ବାସୀ ହୋଇଗଲେ କନ୍ୟା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭାୟନ୍ଦର ଅଞ୍ଚଳରେ ଥିବ‌ା ମ୍ୟାରେଜ ଗାର୍ଡନରେ କନ୍ୟା ଲିଫ୍ଟରେ ଫସିଯିବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ, ଭାୟନ୍ଦର ଅଞ୍ଚଳରେ ବସବାସ କରୁଥିବା ପ୍ରିତି ବାଗଲେଙ୍କ ଗତ ସୋମବାର ବିବାହ ଥିଲା। ବିବାହ ପାଇଁ ସେ ଭାୟନ୍ଦର ପଶ୍ଚିମର ବିନାୟକ ମନ୍ଦିର‌ରେ ଥିବା ମନପା ହଲ ବାଛିଥିଲେ। ସୋମବାର ସନ୍ଧ୍ୟାରେ ପ୍ରିତିଙ୍କ ବରଯାତ୍ରୀ ମ୍ୟାରେଜ ହଲରେ ପହଞ୍ଚିଥି‌ଲେ।  ବିବାହ ପାଇଁ ରାତି ୯ଟା ସମୟ ସ୍ଥିର ହୋଇଥିଲା। ବିବାହ ବେଦୀରେ ବର ବସିଥିବା ବେଳେ କନ୍ୟା ପ୍ରିତିଙ୍କ ଅପେକ୍ଷା କରାଯାଉଥିଲା।

ପ୍ରିତି ବିବାହ ପାଇଁ ତାଙ୍କର ତିନିଭଉଣୀଙ୍କ ସହିତ ଗ୍ରାଉଣ୍ଡ ଫ୍ଲୋରରୁ ଲିଫ୍ଟରେ ଚଢ଼ିଥିଲେ। ଲିଫ୍ଟ ପ୍ରଥମ ମହଲାକୁ ଯିବା ପୂର୍ବରୁ ଅଧାରୁ ଅଟକି ଯାଇଥିଲା। ପ୍ରିତିଙ୍କ ଭଉଣୀମା‌ନେ ପରିବାରଲୋକଙ୍କୁ ଏହି ଘଟଣା ବିଷୟରେ ଫୋନ କରି ଜଣାଇଥିଲେ। ଏହାପରେ ସେମାନେ ଲିଫ୍ଟ ଚାଲୁ କରିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ବିଫଳ ରହିଥି‌ଲେ।

ସଙ୍ଗେସଙ୍ଗେ ଦମକଳ ବିଭାଗକୁ ଖବର ଦିଆଯାଇଥିଲା। ଦମକଳ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲିଫ୍ଟରେ ଫସିଥିବା କନ୍ୟାଙ୍କ ସମେତ ତାଙ୍କ ଭଉଣୀ ଓ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ଲିଫ୍ଟରୁ ବାହାରିବା ପରେ ପ୍ରିତି ଓ ତାଙ୍କ ଭଉଣୀଙ୍କ ଅବସ୍ଥା ଭଲ ନଥିଲା। ଡାକ୍ତରଙ୍କ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅନୁଭବ କରିଥିଲେ। ଏହାପରେ ବିବାହ ବିଳମ୍ବ‌ରେ ହୋଇଥିଲା। କିଛି ସମୟ ପାଇଁ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲା ବେଳେ ସମସ୍ତେ ସୁସ୍ଥ ଥିବା ଜାଣି ପୁଣି ହସଖୁସିରେ ପୂରି ଉଠିଥିଲା ପରିବେଶ।

 

 

ସମ୍ବନ୍ଧିତ ଖବର