ବିବାହ ପରେ ଶିକ୍ଷା ଆଗ: ଲେହେଙ୍ଗା ପିନ୍ଧି ପରୀକ୍ଷା ଦେବାକୁ ପହଞ୍ଚିଲେ କନ୍ୟା

ରାଜକୋଟ: ଶିକ୍ଷା ଆଗ, ବିବାହ ପଛ | ଶିକ୍ଷାକୁ ପ୍ରାଥମିକତା ଦେଇ କିଛି ଏଭଳି ଚିନ୍ତାଧାରା ରଖି ପରୀକ୍ଷାହଲରେ ପହଞ୍ଚିଲେ କନ୍ୟା | ଗୁଜୁରାଟର ରାଜକୋଟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଏଠାରେ ଜଣେ କନ୍ୟା ବିବାହ ପୂର୍ବରୁ ତାଙ୍କ ବିଶ୍ୱବିଦ୍ୟାଳୟ ଯାଇ ପରୀକ୍ଷା ଦେଇଥିଲେ | ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ଯେତେବେଳେ ସେ ପରୀକ୍ଷା ହଲରେ ପହଞ୍ଚିଥିଲେ, ସେଠାରେ ଉପସ୍ଥିତ ଥିବା ଅନ୍ୟ ପରୀକ୍ଷାର୍ଥୀମାନେ ତାଙ୍କୁ ଅନାଇ ରହିଥିଲେ | ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯୁବତୀ ଜଣକ ବଧୂ ବେଶରେ ପରୀକ୍ଷା ଦେଉଥିବାର ଦେଖିବାକୁ ମିଳିଛି |

ରିପୋର୍ଟ ଅନୁଯାୟୀ, ଶିବଙ୍ଗୀ ବାଗଥରିଆ ଜଣେ ସ୍ନାତକୋତ୍ତର ଛାତ୍ରୀ । ବ୍ୟାଚଲର ଅଫ ସୋସିଆଲ ୱାର୍କର ପଞ୍ଚମ ସେମିଷ୍ଟାର ପରୀକ୍ଷା ପାଇଁ ସେ ସକାଳେ ରାଜକୋଟର ଶାନ୍ତିନିକେତନ କଲେଜରେ ପହଞ୍ଚିଥିଲେ। ଶିବଙ୍ଗୀ କହିଛନ୍ତି ଯେ ଯେତେବେଳେ ମୋ ବିବାହ ତାରିଖ ସ୍ଥିର ହୋଇଥିଲା ସେତେବେଳେ ପରୀକ୍ଷା କେବେ ହେବ ଘୋଷଣା ହୋଇନଥିଲା | ଆଉ ପରେ ଜଣାପଡିଥିଲା ଯେ ଯେଉଁଦିନ ବିବାହ ହେବାର ଥିଲା ସେଦିନ ପରୀକ୍ଷା ମଧ୍ୟ ଅଛି |

ଶିବଙ୍ଗୀ ନିଷ୍ପତ୍ତି ନେଇଥିଲେ ଯେ ପ୍ରଥମେ ପରୀକ୍ଷା ଦେବେ ଓ ଏହା ପରେ ବିବାହ କରିବେ | ବଡ କଥା ଯେ ଶିବଙ୍ଗୀଙ୍କ ଏହି ନିଷ୍ପତ୍ତିକୁ ଉଭୟ ପରିବାର ସମର୍ଥନ କରିଥିଲେ | ଶିବଙ୍ଗୀ ନିଜ ସ୍ୱାମୀଙ୍କ ସହ ପରୀକ୍ଷା ହଲରେ ପହଞ୍ଚିଥିଲେ | ପରୀକ୍ଷା ଶେଷ ହେବା ପରେ ଶିବଙ୍ଗୀ ବିବାହ ମଣ୍ଡପକୁ ଆସିଥିଲେ |

ସମ୍ବନ୍ଧିତ ଖବର