ବିବାହ ମଣ୍ଡପରୁ ପରୀକ୍ଷା ଦେବା ପାଇଁ ଗଲେ କନ୍ୟା, ବିଦା ପାଇଁ ୩ ଘଣ୍ଟା ଅପେକ୍ଷା କଲେ ବର

ଧନବାଦ: ଆଜିକାଲି ସମସ୍ତେ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ତେବେ ଅନେକ ସମୟରେ ଦେଖାଯାଏ ମହିଳାମାନଙ୍କର ବିବାହ ପରେ ପାଠ ପଢ଼ିବା ଏବଂ ଚାକିରି କରିବା ସ୍ୱପ୍ନ ଅଧାରେ ରହିଯାଇଥାଏ । ତେବେ ବର୍ତ୍ତମାନ ଧନବାଦରେ ଏପରି ଏକ ଘଟଣା ଘଟିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବିବାହ ମଣ୍ଡପରୁ ବିଦା ନହୋଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ କନ୍ୟା । ଏବଂ ନିଜ ପତ୍ନୀଙ୍କୁ ବିଦା କରାଇ ନିଜ ସାଙ୍ଗେ ନେବା ପାଇଁ ପରୀକ୍ଷା କେନ୍ଦ୍ର ବାହାରେ ଜଗିବସିଥିଲେ ବର ।

bhaskar.com

ଘଟଣା ଅନୁଯାୟୀ , ଫେବ୍ରୁଆରି ୧୮ ତାରିଖ ଦିନ ନଓ୍ଵାଦାରୁ ଅନିରୁଦ୍ଧ କୁମାର ଶର୍ମାଙ୍କ ସଙ୍ଗରେ ବରଯାତ୍ରୀ ଧରି ପିୟାଙ୍କାଙ୍କୁ ବିବାହ କରିବା ପାଇଁ ଆସି ପହଞ୍ଚିଥିଲେ । ବିବାହ ସୁରୁଖୁରୁରେ ଶେଷ ହେଲା। ସକାଳ ସମୟରେ ଠିକ ବିଦା ବେଳେ ଅନିରୁଦ୍ଧ ପ୍ରିୟଙ୍କାଙ୍କର ବିଏଡ଼ ପରୀକ୍ଷା ବିଷୟରେ ଜାଣିବାକୁ ପାଇଥିଲେ । ପରେ ସେ କନ୍ୟାବିଦା କାର୍ଯ୍ୟକ୍ରମକୁ ଅଟାକାଇ ଦେଇଥିଲେ । ଅନିରୁଦ୍ଧ ନିଜେ ପ୍ରିୟଙ୍କାଙ୍କୁ ବରଗାଡ଼ିରେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଇଥିଲେ । ଏବଂ ପରୀକ୍ଷା କେନ୍ଦ୍ର ବାହାରେ ପ୍ରିୟଙ୍କାଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ । ପରୀକ୍ଷା ଦେଇ ୩ଘଣ୍ଟା ପରେ ପ୍ରିୟଙ୍କା ଫେରିବାରୁ ସେ ତାଙ୍କୁ ବିଦା କରାଇ ତାଙ୍କ ସହ ନେଇଯାଇଥିଲେ ।

bhaskar.com

‘ମୁଁ କେବେ ମଧ୍ୟ ଭାବି ନଥିଲି କି ମୁଁ ବିଏଡ଼ର ପରୀକ୍ଷା ଦେଇପାରିବି । ମୋ ସ୍ୱାମୀଙ୍କର ସାହାୟତା ଯୋଗୁଁ ମୁଁ ଠିକ ସମୟରେ ପରୀକ୍ଷା ଦେଇପାରିଲି ‘ ବୋଲି କହିଛନ୍ତି ପ୍ରିୟଙ୍କା । ସେହିପରି ‘ପତ୍ନୀଙ୍କ ସ୍ୱପ୍ନ ଏବେ ମୋ ସ୍ୱପ୍ନ । ସେ ପରୀକ୍ଷା ଦେଇ ନପାରିଥିଲେ ମୋତେ ବହୁତ ଖରାପ ଲାଗିଥାନ୍ତି ।ତେବେ ତାଙ୍କର ସବୁ ପରିସ୍ଥିତିରେ ମୁଁ ତାଙ୍କର ସାଙ୍ଗରେ ଅଛି ‘ବୋଲି କହିଛନ୍ତି ଅନିରୁଦ୍ଧ।

ସମ୍ବନ୍ଧିତ ଖବର