ସାତ୍‌ ଫେରା ସାରି ବର ମଥାରେ ସିନ୍ଦୁର ଭରିବାକୁ ଯାଉଥିବା ବେଳେ ବିବାହ କରିବାକୁ ମନାକଲା କନ୍ୟା, ଏହା ଥିଲା କାରଣ…

ରାଞ୍ଚି: ଏବେ ବିବାହର ଋତୁ ଚାଲିଥିବା ବେଳେ ଦେଶର ପ୍ରତିକୋଣରେ ଅନେକ ଲୋକ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ସେଥି ମଧ୍ୟରୁ କିଛି ବିବାହ କୌଣସି କାରଣରୁ ଭାଙ୍ଗି ଯାଉଥିବା ମଧ୍ୟ ଦେଖା ଯାଇଛି । ଯାହା ରାଞ୍ଚିରେ ଦେଖିବାକୁ ମିଳିଥିଲା । ସାତ୍‌ ଫେରା ସରିବା ପରେ ବର କନ୍ୟା ମଥାରେ ସିନ୍ଦୁର ଦେବା ପାଇଁ ଯାଉଥିବା ବେଳେ କନ୍ୟା ବେଦିରୁ ଉଠିବା ସହ ବିବାହ କରିବା ପାଇଁ କରି ଦେଇଥିଲେ । ଯାହାକୁ ନେଇ ବରପକ୍ଷ ଏବଂ କନ୍ୟାପକ୍ଷ ମଧ୍ୟରେ ଅନେକ ବିତର୍କ ହେବା ପରେ ପୁଲିସ ଆସି ଘଟଣାର ସମାଧାନ କରିଥିଲା ।

Times of India

ସୂଚନା ମୁତାବକ, ଆଦିତ୍ୟାପୁରରେ ରହୁଥିବା ଅମିତ୍‌ଙ୍କ ବିବାହ ଗାଲୁଡ଼ିହ ଥାନା ଅର୍ନ୍ତଗତ ଏକ ଗାଁରେ ଠିକ୍‌ ହୋଇଥିଲା । ବିବାହ ପାଇଁ ଅମିତ୍‌ ୬୦-୭୦ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ପହଞ୍ଚିଥିଲେ । ସାତ୍‌ ଫେରା ଚାଲିଥିବା ବେଳେ କନ୍ୟା ଅମିତ୍‌ଙ୍କ ପାଦରେ ଗୋଟେ ଆଙ୍ଗୁଠି ନଥିବା ଦେଖିଥିଲେ । ଯାହା ବିଷୟରେ ସେ ନିଜ ଘର ଲୋକଙ୍କୁ ଜଣାଇବା ସହ ବିବାହ ପାଇଁ ମନା କରି ଦେଇଥିଲେ । ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ୩ଘଣ୍ଟା ବିତର୍କ ହେବା ପରେ ଅମିତ୍‌ ବିବାହ ନ କରି ଫେରିଯିବାକୁ ବସିଥିଲେ । ଏହା ଦେଖି କନ୍ୟାପକ୍ଷର ଗାଁ ଲୋକେ ଅମିତ୍‌ଙ୍କୁ ଅଟାକଇବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ବୁଝାଇବା ପରେ ଶେଷରେ ବିବାହ ସମ୍ପନ୍ନ ହୋଇଥିଲା ।

ସମ୍ବନ୍ଧିତ ଖବର