ଜୟମାଲା ବେଳେ ପଛପଟୁ ଧରି ଉଠାଇବାରୁ ଭିଣୋଇକୁ ମାଡ଼ ମାରିଲା ଶାଳୀ,ତା’ପରେ କ’ଣ ହେଲା ଦେଖନ୍ତୁ?

ନୂଆଦିଲ୍ଲୀ : କଥାରେ ଅଛି ଭଲ କାମ କଲେ ଭଲ ଫଳ ମିଳିଥାଏ । କିନ୍ତୁ ଭାଇରାଲ ହୋଇଥିବା ଭିଡ଼ିଓରେ ତାହାର ଠିକ୍‌ ବିପରୀତ ଜିନିଷ ଦେଖବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଏକ ବିବାହ ସମୟରେ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ଉଭୟ ବରବଧୂଙ୍କର ଜୟମାଲା କରାଯାଉଛି । ଜୟମାଲା ପାଇଁ ବରର ସାଙ୍ଗମାନେ ବରକୁ ଉପରକୁ ଉଠାଇବାରୁ କନ୍ୟା ବରମାଲା ପକାଇ ପାରୁ ନାହିଁ । ଏହା ଦେଖି କନ୍ୟାର ଭିଣୋଇ କନ୍ୟାକୁ ଉପରକୁ ଉଠାଉଛନ୍ତି । ବର-ବଧୂ ପରସ୍ପରକୁ ବରମାଲା ପକାଇ ସାରିବା ପରେ ଉଭୟ ତଳକୁ ଆସୁଛନ୍ତି । କିନ୍ତୁ ତଳକୁ ଆସିବା ପରେ ହଠାତ୍‌ କନ୍ୟା ନିଜ ଭିଣୋଇଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଛନ୍ତି ।

ସମସ୍ତଙ୍କ ସାମ୍ନାରେ ମାଡ଼ ଖାଇବା ପରେ କନ୍ୟାଙ୍କ ଭିଣୋଇ ପଛରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ଚାପୁଡ଼ା ମାରି ସେଠାରୁ ଚାଲି ଯାଉଛନ୍ତି । ପଛରେ ଛିଡ଼ା ହୋଇଥିବା ମହିଳା ଜଣଙ୍କ କନ୍ୟାଙ୍କ ଭଉଣୀ ବୋଲି ଜଣାପଡ଼ିଛି। କନ୍ୟାଙ୍କୁ ତାଙ୍କ ଭିଣୋଇ ମାଡ଼ର କାରଣ ପଚାରିବା ପରେ ସେ କିଛି କହିବାରୁ ତାଙ୍କ ଭିଣୋଇ କନ୍ୟାଙ୍କ ଭଉଣୀଙ୍କୁ ମାଡ଼ ମାରି ପ୍ରତିଶୋଧ ନେଇଥିବା ଜଣାପଡ଼ିଛି । ତେବେ ଏହି ଭିଡ଼ିଓ କେଉଁ ଦିନର ଏବଂ କେଉଁ ସ୍ଥାନର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସମ୍ବନ୍ଧିତ ଖବର