ବର ଡ଼ରିବାରୁ ସାହାସ ଦେଖାଇଲେ କନ୍ୟା, ଡ଼ଙ୍ଗା ଚଢ଼ି ଗଙ୍ଗା ନଦୀ ପାର ହୋଇ ବରଘରେ ପହଞ୍ଚିଲେ

ପାଟନା : ବିହାର ଏବଂ ଝାଡ଼ଖଣ୍ଡରେ କିଛି ଏମିତି ଗାଁ ରହିଛି ଯେଉଁଠି ଲୋକମାନେ ପରସ୍ପର ସହ ସଂପର୍କ ରଖିବା ପାଇଁ ଚାଲୁଥିବା ମଟର ଲଞ୍ଚ ସେବାର ସାହାଯ୍ୟ ନେଇଥାନ୍ତି । କିନ୍ତୁ କିଛି ଦିନ ହେବ ଏହି ସେବାକୁ ବନ୍ଦ କରି ଦିଆଯାଇଥିବା ବେଳେ ନଦୀର ଦୁଇ ପାଖରେ ରହୁଥିବା ଗାଁର ଲୋକମାନଙ୍କୁ ପରସ୍ପର ସହ ସଂପର୍କ ରଖିବାରେ ବାଧା ଉପୁଜିଛି । ଏହି ସେବା ବନ୍ଦ ହେବା ପରେ ବିହାରର ଜଣେ ମହିଳାଙ୍କ ବିବାହ ଭାଙ୍ଗିବା ପରିସ୍ଥିତିକୁ ଆସି ଯାଇଥିଲା । କିନ୍ତୁ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କ ସାହସ ପାଇଁ ନିର୍ଦ୍ଧାରିତ ସମୟରେ ବିବାହ ସଂପନ୍ନ ହୋଇଥିଲା ।

Daily Mail

ସୂଚନା ମୁତାବକ,ବିହାରର କଠିହାରରେ ଥିବା ନୀମା ଗାଁରେ ରହୁଥିବା ସୁନୀତାଙ୍କ ବିବାହ ଝାଡ଼ଖଣ୍ଡର ମାଓ୍ଵରେ ମରାଣ୍ଡିଙ୍କ ସହ ଠିକ୍‌ ହୋଇଥିଲା । ବିବାହ ଜୁଲାଇ ୬ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଜୁଲାଇ ୪ ତାରିଖରେ ଲଞ୍ଚ ସେବାକୁ ବନ୍ଦ କରି ଦିଆଯାଇଥିଲା । ଯାହା ଫଳରେ ଦୁଇ ଗାଁ ଭିତରେ ସଂପର୍କ ବିଚ୍ଛିନ୍ନ ହୋଇ ଯାଇଥିଲା । ବରପକ୍ଷ ବିବାହ ତାରିଖ ଆଗକୁ ବଢ଼ାଇବା ପରିବର୍ତ୍ତେ ବିବାହ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲେ । ଡ଼ଙ୍ଗାରେ ଗଙ୍ଗା ନଦୀ ପାର୍‌ ହେବାକୁ ବରପକ୍ଷ ଡ଼ରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏ ବିଷୟରେ କନ୍ୟାପକ୍ଷ ଜାଣିବା ପରେ ସୁନୀତା ନିଜ ବିବାହକୁ ବଞ୍ଚାଇବା ପାଇଁ ନଦୀ ପାର ହୋଇ ଯିବା ପାଇଁ ନିଷ୍ପତ୍ତିି ନେଇଥିଲେ । ପରେ ସୁନୀତା ଏବଂ ତାଙ୍କ ପରିବାର ଲୋକେ ଗଙ୍ଗା ନଦୀ ପାର୍‌ ହୋଇ ବର ଘରେ ପହଞ୍ଚିବା ପରେ ନିର୍ଦ୍ଧାରିତ ସମୟରେ ବିବାହ ସଂପନ୍ନ ହୋଇଥିଲା । କନ୍ୟାପକ୍ଷଙ୍କ ସାହାସ ପାଇଁ ବିବାହ ସମ୍ଭବ ହୋଇ ପାରିଥିଲା ।

ସମ୍ବନ୍ଧିତ ଖବର